Sunday , June 20 2021
Home / ତାଜା ଖବର /    ଛଅ ଫୁଟ୍ ଲମ୍ବର ଗୋଖର ସାପ ଉଦ୍ଧାର 

   ଛଅ ଫୁଟ୍ ଲମ୍ବର ଗୋଖର ସାପ ଉଦ୍ଧାର 

 ଗରଦପୁର ,୨୮/୮/୨୦୧୯ ( ଓଡ଼ିଶା ସମାଚାର) – ବୁଧବାର  ସନ୍ଧ୍ୟା ସମୟରେ ଛଅ ଫୁଟ ଳମ୍ବର ଏକ ଗୋଖର ସାପକୁ ଉଦ୍ଧାର କରାଯାଇ ନିଛାଟିଆ ଏକ ଜଙ୍ଗଲିଆ ସ୍ଥାନରେ ଛାଡି ଦିଆଯାଇଛି । ପ୍ରକାଶ ଯେ, ବେଡାରୀ ପଂଚାାୟତର ଶ୍ରୀଚନ୍ଦନପୁର ଗ୍ରାମ ନିକଟସ୍ଥ ସିରସ୍ତା ହାଟ ଠାରେ ଥିବା ଜଗନ୍ନାଥ ମିଠା  ଦୋକାନ ଘରର ପଛ ପାଶ୍ୱର୍ରେ ଏକ ଗୋଖର ସାପ ବୁଲୁଥିବାର ଲୋକମାନେ ଦେଖିଥିଲେ ।  ସାପଟିକୁ ଦେଖିବା ପରେ ମିଠା ଦୋକାନୀ ରମେଶ ସାହୁ ସାପକୁ ଧରିବା ପାଇଁ ତୁରନ୍ତ ନିକଟସ୍ଥ ସାପ ଧରାଳି ପ୍ରକୃତିମିତ୍ର ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବରପାଇ ଉଦୟନାଥ ସେଠାରେ ପହଂଚି କୌଶଳକ୍ରମେ ସାପଟିକୁ ଧରିବା  ପରେ ଏକ ଅଖାରେ ଭର୍ତି କରି ସେଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ନେଇ ଛାଡି ଥିଲେ । ଏହି ଛଅ ଫୁଟ୍ ଲମ୍ବର ସାପଟି ଧରାଯିବା ପରେ ସେଠାରେ ସାପକୁ ଦେଖିବା ପାଇଁ  ଲୋକମାନଙ୍କର ଭିଡ ଜମିଥିଲା ।   ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *