Tuesday , June 15 2021
Breaking News
Home / ତାଜା ଖବର / ଚେନ୍ ଲୁଟେରା ଗ୍ୟାଙ୍ଗର ୪ ଗିରଫ

ଚେନ୍ ଲୁଟେରା ଗ୍ୟାଙ୍ଗର ୪ ଗିରଫ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ବଡ଼ଗଡ଼ ଥାନା ପୁଲିସ ଏକ ଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୪ଜଣ ସଦସ୍ୟକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁ୍କ୍ତମାନେ ହେଲେ ବଡ଼ଗଡ଼ ହରିଜନସାହିର ଜିତେନ୍ଦ୍ର ପ୍ରଧାନ(୨୨), କିରଣ କୁମାର(୨୨), ଗଦାଧର ନାୟକ(୨୦) ଓ ମଇଁଷିଖାଲ ବସ୍ତିର ଡି.ରାଜା(୨୦) । ଏମାନଙ୍କଠାରୁ ପୁଲିସ ଗୋଟିଏ ୧୫ ଗ୍ରାମର ସୁନାଚେନ୍, ୮ ଗ୍ରାମର ସୁନା କଏନ ଏବଂ ଗୋଟିଏ ଲାପ୍ଟପ୍ ଜବତ କରିଛି । ଶୁକ୍ରବାର ସନ୍ଧ୍ୟାରେ ବିଜେବି ନଗରରେ ରହୁଥିବା ଶିଖର ନାୟକ ଶ୍ରୀଦେବୀ ଛକ ନିକଟରେ ଯାଉଥିବା ବେଳେ ଦୁଇଜଣ ଲୁଟେରା ଏକ ବାଇକ୍ରେ ଆସି ତାଙ୍କଠାରୁ ସୁନାଚେନ୍ ଝାମ୍ପିି ନେଇ ଚମ୍ପଟ ମାରିଥିଲେ । ଏନେଇ ସେ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା । ପରେ ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଗ୍ୟାଙ୍ଗ କେବଳ ବଡ଼ଗଡ଼ ନୁହେଁ, ବରଂ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟପାଟ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *