Thursday , June 17 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଚିନି ଶିଳ୍ପ ପାଇଁ ଡାଲମିଆ ଭାରତ ସୁଗାରର ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର

ଚିନି ଶିଳ୍ପ ପାଇଁ ଡାଲମିଆ ଭାରତ ସୁଗାରର ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର

କୋଲକାତା,ଜୁଲାଇ ୧୮,୨୦୧୯(ଓଡ଼ିଶା ସମାଚାର): ଡାଲମିଆ ଭାରତ ସୁଗାରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଭାରତୀୟ ଚିନି ଶିଳ୍ପ ପ୍ରତି ଥିବା ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ (ଝଞଇଓ) ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଡାଲମିଆ ଭାରତ ଗ୍ରୁପର ଶ୍ରୀ ମେହଟାଙ୍କର ଅବିରତ ଚେଷ୍ଟା ଫଳରେ ଭାରତୀୟ ଚିନି ଶିଳ୍ପର ଅଦ୍ଭୁତପୂର୍ବ ଉତ୍ଥାନ ହୋଇପାରିଛି ।

ଶ୍ରୀ ମେହଟା ଅଡିଟିଙ୍ଗ ରେ କାର୍ଯ୍ୟ ଆରମ୍ଭ କରି ତାଙ୍କର ଅଧ୍ୟବସାୟ ଦ୍ୱାରା କମ୍ପାନୀରେ ନିଜକୁ ସର୍ବୋଚ୍ଚ ପଦବି ପାଇଁ ଉନ୍ନୀତ ହୋଇପାରିଛନ୍ତି । ତାଙ୍କର ତୀକ୍ଷଣ ବ୍ୟବସାୟୀକ ବୁଦ୍ଧି ଦ୍ୱାରା ସେ ୬୫୦କୋଟି ଟଙ୍କାରୁ ଉର୍ଦ୍ଧ ଚିନି, ଏଥାନୋଲ ଓ ମିଶ୍ରଣ ବ୍ୟବସାୟକୁ ପ୍ରତିଷ୍ଠିତ କରିପାରିଛନ୍ତି ।

ଏହି ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ମେହଟା କହିଛନ୍ତି, “ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ମୋ ପାଇଁ ଅବିସ୍ମରଣୀୟ । ଏହି ପୁରସ୍କାର ମୋର ଡାଲମିଆ ଭାରତ ସୁଗାର ଏବଂ ଚିନି ଶିଳ୍ପର ଉନ୍ନତି ଏବଂ ଦେଶ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରୋତ୍ସାହନ ଯୋଗାଇଦେବ ।”

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *