Monday , June 21 2021
Breaking News
Home / ଶିକ୍ଷା / ଚିତ୍ରୋତପଳା ମହିଳା କଲେଜରେ ନବାଗତଙ୍କୁ ସ୍ୱାଗତ

ଚିତ୍ରୋତପଳା ମହିଳା କଲେଜରେ ନବାଗତଙ୍କୁ ସ୍ୱାଗତ

ଗରଦପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ଚିତ୍ରୋତପଳା ମହିଳା କଲେଜର +୨ ନବାଗତ ଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଓଡ଼ିଆ ଅଧ୍ୟାପକ ବିମ୍ବାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ବସନ୍ତ ଦେବବ୍ରତ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଦେଶ ମାତୃକା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିଥି ଭାବେ ଅଧ୍ୟାପକ ନିର୍ମଳେନ୍ଦ୍ର କୁମାର ମଲ୍ଲିକ, ଅନାଦି ଚରଣ ବେଉରା, ବିଭୂତି ଭୂଷଣ ମଲ୍ଲିକ, ଗୌରାଙ୍ଗ ଚରଣ ସାହୁ, କ୍ଷମାସାଗର ପୃଷ୍ଟି, ସରୋଜକାନ୍ତ ଖୁଂଟିଆ, ଜୟନ୍ତ ସାହୁ, ଅଧ୍ୟାପିକା ପରଶମଣି ଦାସ, ଡେମନଷ୍ଟ୍ରେଟର  ପ୍ରଦୀପ୍ତ କୁମାର ବରାଳ ପ୍ରମୁଖ ଯୋଗଦେଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ପ୍ରସନ୍ନଜିତ୍ ନାୟକ, ଅଧ୍ୟାପିକା ଊର୍ବଶୀ ଜେନା, ତୁଳସୀ ନାୟକ, ଅନୁରାଧା ପରିଡା, ସ୍ମୃତିରେଖା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *