Sunday , June 13 2021
Breaking News
Home / ବିଶେଷ / ଚଳିତ ଆର୍ଥିକ ବର୍ଷରେ ୪୭,୫୦୩ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଚଳିତ ଆର୍ଥିକ ବର୍ଷରେ ୪୭,୫୦୩ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଚଳିତଆର୍ଥିକ ବର୍ଷରେ ୪୭,୫୦୩ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ବିଶେଷ ସୂତ୍ରରୁପ୍ରକାଶ ଯେ, ଗତ ଆର୍ଥିକ ବର୍ଷରେ ୩୨,୬୬୬ ଜଣ ବୁଣାକାରଙ୍କୁ ବୀମାଭୁକ୍ତ କରାଯାଇଥିଲା । ଏହି ସମସ୍ତ ବୁଣାକାର ମାନଙ୍କ ୧,୦୨୩ ଜଣ ବୁଣାକାରଙ୍କୁ ବରିଷ୍ଠ ବୁଣାକାର ସହୟତା ମାଧ୍ୟମରେ ଭତା ଦିଆଯାଉଛି । ୬୦ରୁ ୮୦ ବର୍ଷ ବୟସ ଥିବା ବୁଣାକାରଙ୍କୁ ୫୦୦ ଟଙ୍କା ଓ ୮୦ବର୍ଷରୁ ଉଦ୍ଧ୍ୱର୍ ବୁଣାକାରଙ୍କୁ ୭୦୦ ଟଙ୍କା ଦିଆଯାଉଛି । ବର୍ତମାନ ବିଭାଗ ଅଧିନରେ ଥିବା ୬ଟି ସମବାୟ ଭିତିକ ସୂତାକଳ ଥିବା ବେଳେ ସେଗୁଡ଼ିକର ଉତ୍ପାଦନ କାର୍ଯ୍ୟ ବର୍ତମାନ ବନ୍ଦ ରହିଛି ।ସମ୍ବଲପୁର ଶାଢ଼ୀ ନକଲି ହେବା ସମତପର୍କରେ କୁହାଯାଇଛି ଯେ, ଆଗାମୀ ଦିନରେ କୌଣସି ସଂସ୍ଥା ବା ବ୍ୟକ୍ତି ବିଶେଷ ସମ୍ବଲପୁରୀ ଶାଢ଼ୀ ନକଲି କରୁଥିବା ସରକାରଙ୍କ ନଜରକୁ ଆସିଲେ ଆଇନ ଅନୁସାରେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଭଳି ଦେଖାଯାଉଥିବା ଛପା ଶାଢ଼ୀ ରାଜ୍ୟରେ ବିକ୍ରି ହେଉଥିବା ଦୃଷ୍ଟିକୁ ଆସିଛି । ଏହାକୁ ରୋକିବା ପାଇଁ ସମ୍ବଲପୁରୀ ଶାଢ଼ୀକୁ ଜି.ଆଇ ରେଜିଷ୍ଟ୍ରେସନ ଭୁକ୍ତ କରାଯାଇଛି ।ଏହି ଶାଢ଼ୀର ନକଲି କରୁଥିବା ସଂସ୍ଥା ରାଜସ୍ଥାନରେ ଥିବା ଭାରତ ମୋହନ ଇଣ୍ଡଷ୍ଟ୍ରିଜ ବିରୁଦ୍ଧରେ ଏଫ.ଆଇ.ଆର ଦାଖଲ କରାଯାଇଛି । ଯାହାକି ବିଚାରଧିନ ରହିଛି । ବରଗଡ଼ର ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ଏହି ଏଫ.ଆଇ.ଆର ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *