Sunday , June 13 2021
Breaking News
Home / ବିଶେଷ / ଚମ୍ପତିପୁରରେ ରେଳଷ୍ଟେସନ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ

ଚମ୍ପତିପୁରରେ ରେଳଷ୍ଟେସନ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ


ନୟାଗଡ଼, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଚମ୍ପତିପୁରଠାରେ ଏକ ରେଳଷ୍ଟେସନ ନିର୍ମାଣ ନେଇ ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ପକ୍ଷରୁ ବହୁବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ତେବେ ଶନିବାର ଖୋର୍ଦ୍ଧା ବଲାଙ୍ଗିର ରେଳପଥର ନିର୍ମାଣ କାମ ଦେଖିବାକୁ ନୟାଗଡ଼ ଟାଉନ ଷ୍ଟେସନ୍କୁ ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍ ଶଶିକାନ୍ତ ସିଂ ଆସିଥିବାବେଳେ ସମିତି ପକ୍ଷରୁ ପୁଣିଥରେ ତାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଅନୁସାରେ, ଇଟାମାଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଏବଂ ଚମ୍ପତିପୁରଠାରେ ଯାଇଥିବା ରେଳଲାଇନ ଏହାର ଅତି ନିକଟତର । ଏଠାରେ ରେଳଷ୍ଟେସନ ନିର୍ମାଣ କରାଗଲେ ପାଖାପାଖି ୧୫ଖଣ୍ଡ ପଞ୍ଚାୟତର ଲୋକେ ଉପକୃତ ହେବେ । ଏ ନେଇ ଦୀର୍ଘଦିନ ଧରି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ପକ୍ଷରୁ ଚମ୍ପତିପୁରଠାରେ ରେଳଷ୍ଟେସନ ନିର୍ମାଣ ପାଇଁ ଦାବି କରାଯାଇଥିଲା । ଏନେଇ ବାରମ୍ବାର ରେଲୱେ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଇଟାମାଟି ନିକଟସ୍ଥ ଲାଠିପଡ଼ାଠାରେ ମଡେଲ ଡିଗ୍ରୀ କଲେଜ, ଇଲେକ୍ର୍ଟିକ୍ ସବ୍ଷ୍ଟେସନ ଖୋଲାଯିବା ପରେ ଯାତାୟାତ ଦୃଷ୍ଟିରୁ ଏହି ଅଂଚଳବାସୀଙ୍କୁ ନୟାଗଡ଼ ଟାଉନ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । ସେହିପରି ନୟାଗଡ଼ରୁ-ପୁରୀ ଏବଂ ଖୋର୍ଦ୍ଧା ରୋଡ୍କୁ ଦୁଇଟି ଟ୍ରେନ୍ ଚଳାଚଳ କରୁଥିବାବେଳେ ଭୁବନେଶ୍ୱରକୁ ଏକ ଟ୍ରେନ୍ ଚଳାଚଳ ପାଇଁ ସମିତି ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *