Wednesday , June 16 2021
Breaking News
Home / କ୍ରୀଡ଼ା / ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଟାଈଁକଣା ପକ୍ଷରୁ ରାତ୍ରି କାଳୀନ କ୍ରିକେଟ : ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ କଳପଡ଼ା ବିଜୟୀ

ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଟାଈଁକଣା ପକ୍ଷରୁ ରାତ୍ରି କାଳୀନ କ୍ରିକେଟ : ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ କଳପଡ଼ା ବିଜୟୀ

 କଟକ,୧୪/୦୩/୨୦୨୧(ଓଡିଶା ସମାଚାର)- କଟକ ସଦର ବୟାଳିଶମୌଜା ଉପକଣ୍ଠ  ଟାଈଁକଣା ଗ୍ରାମର ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇ  ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରି ୩ ଓଭର ଖେଳି ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ କଳପଡ଼ା ୩୦ ରନ କରି ବିଜୟଲାଭ କରି ବିଜୟୀପଦକ ସହ ୫୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ନାରାୟଣୀ କ୍ରିକେଟ କ୍ଲବ ଡିହସରିଚୁଆଁକୁ  ରନର୍ସକପ ସହ ୩୮୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କ୍ରୀଡା ଉତ୍ସବକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ,ମୁଖ୍ୟଅତିଥି କଳପଡା ପଂଚାୟତର ସରପଞ୍ଚ ସମାଜସେବୀ ମିଲନ କୁମାର ନାୟକ,ସମ୍ମାନୀତ ବରେଣ୍ୟ ଅତିଥି ପ୍ରାଧ୍ୟାପକ ଇଂ.ମନୋଜ କୁମାର ନାୟକ, ସମାଜସେବୀ ଅଶୋକ କୁମାର ସାହୁ, ଲଷ୍ମୀଧର ଜେନା ପ୍ରମୁଖ ଯୋଗଦେଇଥିଲେ । ମ୍ୟାଚରେ ଅମ୍ପେୟାର ଭାବେ ପ୍ରଦୀପ ପ୍ରଧାନ ଓ କ୍ଲବର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି  ଟୁନାମେଣ୍ଟ ପରିଚାଳନା କରିଥିଲେ । ଓଡିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *