Sunday , June 20 2021
Home / ବିଶେଷ / ଚକ୍ରୋଡା ପଂଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଚକ୍ରୋଡା ପଂଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

କେନ୍ଦ୍ରାପଡା,୦୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଂଚାୟତ ମହିଳା ମହାସଂଘର ଏମବିକେ ରଶ୍ମିତା ନାୟକ, ପଂଚାୟତର ସମସ୍ତ ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତାମାନେ ଯୋଗଦେଇ ମହିଳା ଦିବସ ପାଳନର ତାତପର୍ଯ୍ୟ, କରୋନା ସଚେତନତା ଓ ମହିଳା ସଶକ୍ତିକରଣ  ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି ଅବସରରେ କୋଭିଡ-୧୯ ସମୟରେ ପଂଚାୟତର ଲୋକମାନଙ୍କୁ ଉତମ ସେବା ଯୋଗାଇ ଦେଇଥିବା ୧୦ଜଣ ଆଶାକର୍ମୀ ଓ ଅଙ୍ଗନୱାଡିକର୍ମୀ ଏବଂ ୧୦ଜଣ ସ୍ୱେଛାସେବୀଙ୍କୁ ସିଲଡ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ପଂଚାୟତ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତର ନାୟବ ସରପଂଚ ବେବିନା ମଳିକଙ୍କ ସମେତ  ସମସ୍ତ ମହିଳା ୱାର୍ଡସଭ୍ୟା ଓ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *