Monday , June 21 2021
Breaking News
Home / ବିଶେଷ / ଚଉଦକୁଲାଟ -ଦାଣ୍ଡିସାହି ରାସ୍ତାର ବ୍ରାହ୍ମଣୀ ନଦୀ ପୋଲ ଉପରେ ବାଲି ସଫା ନହେବାରୁ ଦୂର୍ଘଟଣା ଘଟି ଜନଜୀବନ କ୍ଷତି ହେଉଛି

ଚଉଦକୁଲାଟ -ଦାଣ୍ଡିସାହି ରାସ୍ତାର ବ୍ରାହ୍ମଣୀ ନଦୀ ପୋଲ ଉପରେ ବାଲି ସଫା ନହେବାରୁ ଦୂର୍ଘଟଣା ଘଟି ଜନଜୀବନ କ୍ଷତି ହେଉଛି

କେନ୍ଦ୍ରାପଡ଼ା, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)-ଚଉଦକୁଲାଟ – ଦାଣ୍ଡିସାହି ରାସ୍ତାଦେଇ ଦୈନିକ ଶହ ଶହ ଟ୍ରାକ୍ଟରରେ ବାଲି ଖାଦାନରୁ ବାଲି ବ୍ରାହ୍ମଣୀ ନଦୀ ପୋଲ ଉପର ଦେଇ ଦାଣ୍ଡିସାହି ଆଡକୁ ପରିବହନ ହୋଇଥାଏ । ଫଳରେ ସେହିସବୁ ଟ୍ରାକ୍ଟର ଗୁଡିକରୁ ପୋଲ ଉପରେ ଏବଂ ସେହି ରାସ୍ତା ଉପରେ ବାଲି ପଡି ପଡି ଜମା ହୋଇଯାଇଥାଏ । ସେହି ରାସ୍ତା ଓ ପୋଲ ଉପରେ ବାରମ୍ବାର ବାଲି ବୋଝେଇ ଟ୍ରାକ୍ଟରରୁ ବାଲି ପଡି ଜମାହେବା ଦ୍ୱାରା ସେହି ରାସ୍ତା ଦେଇ ଦୈନିକ ଜାତାୟତ କରୁଥିବା ଲୋକମାନଙ୍କ ବାଇକ,ସ୍କୁଟି ପ୍ରଭୃତି ଦୂର୍ଘଟଣା ଗ୍ରସ୍ତ ହୋଇ ଜନଜୀବନ କ୍ଷୟକ୍ଷତି ହେଉଥିବାରୁ ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ସଂପୃକ୍ତ ତହସିଲଦାର ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କଲେବି ସମସ୍ୟାର କୈାଣସି ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନର ସ୍ଥାଣୁତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିବା ସହ ସେହି ବାଟଦେଇ ଯାଉଥିବା ବାଲି ବୋଝେଇ ଟ୍ରାକ୍ଟରରୁ ବାଲି ପଡି ଜମି ରହିବା ସହ ଲୋକମାନଙ୍କୁ କ୍ଷତି ପହଁଚାଉଥିବା ଅଭିଯୋଗ ହେଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମାସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *