Thursday , June 24 2021
Breaking News
Home / ବିଶେଷ / ଘୋଷଣା ହେଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଫଳାଫଳ  

ଘୋଷଣା ହେଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଫଳାଫଳ  

 ସାଲେପୁର,୦୬./୦୪/.୨୦୨୧(ଓଡିଶା ସମାଚାର/ଅଭୟ ଜେନା): ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଓ ଭୋଟିଂ ପ୍ରକ୍ରିୟା ସମାପ୍ତ ପରେ ଫଳାଫଳ ଘୋଷଣା ହୋଇଛି । ନିର୍ବାଚନରେ ଅଂଶ ଗ୍ରହଣ କରିଥିବାରୁ ଆନୁଷ୍ଠାନ ପକ୍ଷରୁ ସମସ୍ତ  ସାରସ୍ୱତ ସାଧକ ଓ ସାଧିକା ମାନଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।  ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପରିଚାଳନା ଗତ ସୁବିଧା ନିମନ୍ତେ  ଏହାର ଏକ ଭୋଟିଂ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମସ୍ତ  କଳ୍ପନା ଜଳ୍ପନାର ଅନ୍ତ ଘଟିବାପରେ ଆମେ ଅନେକ ପ୍ରତିଭାବାନ୍ ବ୍ୟକ୍ତିବିଶେଷଙ୍କୁ ଆମର କର୍ମକର୍ତ୍ତା ରୂପେ ପାଇପାରିଛୁ ବୋଲି ପ୍ରତିଷ୍ଠାତା ବଳରାମ ତରାଇ ଓ ରାଜ୍ୟ ମୁଖ୍ୟ ସମ୍ପାଦିକା  ସରସ୍ବତୀ ନାୟକ  କହିଛନ୍ତି  ।

ନିମ୍ନରେ ବିଜୟୀ କର୍ମକର୍ତ୍ତାମାନଙ୍କ ସହିତ ରାଜ୍ୟ କମିଟି ରସମ୍ପୂର୍ଣ୍ଣ ତାଲିକା ଘୋଷଣା କରାଯାଇଛି  ।  ଏହା ପରେ ଜିଲ୍ଲା ଓ ଜୋନ୍ ଗୁଡିକରେ ଭୋଟିଂ କରାଯିବାର ଯୋଜନା ରହିଛି ବୋଲି ସୂଚନା ମିଳିଛି  ।

ତେବେ ନିଶିଗନ୍ଧାର ପ୍ରତିଷ୍ଠାତା ଭାବେ ସାରସ୍ୱତ ସଂଗଠକ ବଳରାମ ତରାଇଙ୍କୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଛି  ।  ଅନୁଷ୍ଠାନର ମୁଖ୍ୟ ମାର୍ଗଦର୍ଶକ ଭାବେ ବିଶିଷ୍ଟ କବି ପ୍ରଫେସର୍ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଦାୟୀତ୍ୱ ଗ୍ରହଣ କରିବା  ଜଣାପଡିଛି ।

ପଥପ୍ରଦର୍ଶକ ଭାବେ ପଦ୍ମନାଭ ତ୍ରିପାଠୀ ଓ ରାଜ୍ୟ  ମୁଖ୍ୟ ପୃଷ୍ଠପୋଷକ ଭାବେ  କରୁଣାକର ମଲିକ ଏବଂ  ମୁଖପାତ୍ର  ଭାବେ ଜ୍ୟୋତି ରଞ୍ଜନ ଦାଶଙ୍କୁ ଦାୟୀତ୍ୱ ଦିଆଯାଇଛି  ।  ନିଶିଗନ୍ଧାର ସଭାପତି ଭାବରେ ଡଃ ରଜନୀ ରଞ୍ଜନ ଦାଶ ନିର୍ବାଚିତ ହେବା ଜଣାପଡିଛି  ।  ଉପସଭାପତି ପଦବୀରେ  ଆଡୋଭକଟ ଚିତତ୍ତରଞ୍ଜନ ନନ୍ଦ ଏବଂ  କାର୍ଯ୍ୟକାରୀ ସଭାପତି ଭାବେ ଡଃ ଜୟନ୍ତୀବାଳା ଜେନା ନିର୍ବାଚିତ  ହୋଇଛନ୍ତି ।

ନିଶିଗନ୍ଧା ରାଜ୍ୟ ମୁଖ୍ୟ ସମ୍ପାଦିକା ଭାବେ ସରସ୍ବତୀ ନାୟକ ଦାୟୀତ୍ୱ  ନେଇଛନ୍ତି ।  କାର୍ଯ୍ୟକାରୀ ସମ୍ପାଦକ ପଦବୀରେ  ଗୋଦାବରୀଶ ଦାସଙ୍କୁ ଗ୍ରହଣ କରାଯାଇଥିଲାବେଳେ  ସହ ସହମ୍ପାଦକ ଭାବେ  ଜମ୍ବେଶ୍ଵର ଦଳାଇ ଏବଂ  ସହ ସମ୍ପାଦିକା ଭାବେ  ପୁଷ୍ପଲତା ସାହୁଙ୍କୁ ନିର୍ବାଚିତ କରାଯାଇଛି  ।  ସଙ୍ଗଠନ ସମ୍ପାଦିକା ପଦବୀରେ ଡଃ ପ୍ରଭାତ ନଳିନୀ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି  । ରାଜ୍ୟ ସଂଯୋଜକ ଭାବେ  ଯୁଧିଷ୍ଠିର ମୁଦୁଲିଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ  ଆଇନ୍ ପରାମର୍ଶ ଦାତା ଭାବେ ସାମ୍ବାଦିକ ତଥା ସାହିତ୍ୟିକ  ଅଖିଳେଶ ମହାନ୍ତି ଦାୟୀତ୍ୱ ଗ୍ରହଣ କରିଛନ୍ତି  ।

ବିଚାରକ ମଣ୍ଡଳୀ ଭାବେ   ପ୍ରଫୁଲ୍ଲ କୁମାର ହୋତା (ପୂର୍ବ ), କୈଳାସ ଚନ୍ଦ୍ର ପଟନାୟକ (ପଶ୍ଚିମ), ରାମନାରାୟଣ ଶର୍ମା (ଉତ୍ତର ), କବି ସୌରଭ କୈଳାସ ଚନ୍ଦ୍ର ବେହେରା (ଦକ୍ଷିଣ )ପାଇଁ ଦାୟୀତ୍ୱ ସମ୍ପାଦନ କରିବାକୁ ନିଷ୍ପତି ନିଆଯାଇଛି  ।

 ନିଶିଗନ୍ଧା ଏଡିଟର ମଣ୍ଡଳୀରେ ସର୍ବଶ୍ରୀ  ବ୍ରତତୀ ପ୍ରିୟଦର୍ଶିନୀ ସ୍ୱାଇଁ, ବିଷ୍ଣୁ ପ୍ରିୟା କରସୁଧା ପଟ୍ଟନାୟକ, ସୁଚିସ୍ମିତା ଶତପଥୀ, ଅନସୂୟା ଦାସ ଦାୟୀତ୍ୱ ଗ୍ରହଣ କରିଛନ୍ତି ।

 ସେହିପରି ଉପଦେଷ୍ଟା ମଣ୍ଡଳୀରେ  ଜୟଲଷ୍ମୀ ସେଠୀ, ରକ୍ଷକ  ନାୟକ, ନିରଦ ଚନ୍ଦ୍ର ଜେନା, ପ୍ରସନ୍ନ କୁମାର ନାୟକ, ଧରିତ୍ରୀ ଦାସ, ଅନସୂୟା ଦେବତା, ମିନତୀ ଦାସ, ସଂଗ୍ରାମ କେଶରୀ ସାମନ୍ତରାୟ,ଲତିକା ମହାନ୍ତି, ଭାସ୍କର ରାଉତ, ଶରତ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ସାହୁ, ରାମେଶ୍ୱର ପ୍ରସାଦ ସାହୁ,ଡ଼ଃ ଗଣେଶ୍ୱର ସ୍ବାଇଁ, ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, ବିଜୟ କୁମାର ପଣ୍ଡା, ବସୁଦେବ ମାଲବିଶୋୟୀ, ମୋହିତ ଚକ୍ରବର୍ତ୍ତୀ, ଡ଼ଃ ଦେବାଶିଷ ଜ୍ୟେଷ୍ଟୀ, ଆଡ଼ଭୋକେଟ ଦିଲ୍ଲୀପ ନନ୍ଦ, ସୁବ୍ରତ ପୃଷ୍ଟି, ଡ଼ଃ କୁଳମଣି ଦାଶ, ଡ଼ଃ ମୃତ୍ୟଞ୍ଜୟ ରଥ, ଡ଼ଃ ନୀଳାଦ୍ରୀ ଜଗଦେବ,  ଡ଼ଃ ପ୍ରଭାସ ଆଚାର୍ଯ୍ୟ, ଡ଼ଃ ହରିହର କାନୁନଗୋ, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି  ।  ନିଶିଗନ୍ଧା ପରିବାରର ଲିଗାଲ ଆଡ଼ଭୋକେଟ ଭାବେ  ଆଡ଼ଭୋକେଟ ଦିଲ୍ଲୀପ ସାହୁ, ଆଡ଼ଭୋକେଟ ଦିଲ୍ଲୀପ ନନ୍ଦ ଏବଂ  ଚିତ୍ତରଞ୍ଜନ ନନ୍ଦ ଦାୟୀତ୍ୱ ଗ୍ରହଣ କରିଛନ୍ତି   । ଓଡିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *