Wednesday , June 23 2021
Breaking News
Home / ଶିକ୍ଷା / ଘରୋଇ ସ୍କୁଲରେ ଗରିବ ପିଲାଙ୍କୁ ନାଁ! 

ଘରୋଇ ସ୍କୁଲରେ ଗରିବ ପିଲାଙ୍କୁ ନାଁ! 

ସରକାରଙ୍କ ୨୫ ପ୍ରତିଶତ ଆଡ଼ମିସନ୍ କୋଟାକୁ ବେଖାତିର

ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ସରକାରୀ ଓ ବେସରକାରୀ ସ୍କୁଲରେ ନାମ ଲେଖା ହୋଇ ପାଠ ପଢ଼ା ଆରମ୍ଭ ହୋଇଯାଇଛି । ପିଲାମାନଙ୍କୁ କିପରି ଭଲ ସ୍କୁଲରେ ପାଠ ପଢ଼ାଯିବ ସେଥିପାଇଁ ଅଭିଭାବକଙ୍କ ମହଲରେ ବ୍ୟଗ୍ରତା ପ୍ର୍ରକାଶ ପାଇଛି । ହେଲେ ସାଲେପୁର ବ୍ଳକ୍ ର ରାଇସୁଙ୍ଗୁଡ଼ା , ମିର୍ଜାପୁର, ଭୀମଦାସପୁର. ପିକୋଳ, ରାମେଶ୍ୱର, ମାଳଶାସନ, କଟରପା, ଓଡ଼ାସିଂହ, ଛାଣିପୁର, ସଉରୀ ଆଦି ପଂଚାୟତ ମାନଙ୍କରେ ଥିବା କିଛି ଘରୋଇ ସ୍କୁଲ କର୍ତୃପକ୍ଷ ସରକାରୀ ଆଇନ୍ କୁ ଉଲଂଘନ କରି ଗରିବ ପିଲାମାନଙ୍କ ନାମଲେଖା କ୍ଷେତ୍ରରେ ଟାଳଟୁଳ ନିତୀ ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗରିବ ପିଲାମାନଙ୍କୁ ମାଗଣାେରେ ଶିକ୍ଷା ଦେବା ପାଇଁ ସରକାର ୨୦୦୮ରେ ଏକ ପ୍ରସ୍ତାବ ଆଗତ କରିଥିଲେ । ସମାନତା , ସାମଜିକ ନ୍ୟାୟ ଓ ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତ ସରକାରୀ ଓ ବେ-ସରକାରୀ ଅଣଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲରେ ଗରୀବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବାକୁ ଏହି ନିୟମ ଲାଗୁ କରାଯାଇଥିଲା । ଏହି ଆଇନ୍ କାର୍ଯ୍ୟକାରୀ କରିବା ପାଇଁ ୨୦୦୯ରେ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଯେକୈାଣସି ବେସରକାରୀ ସ୍କୁଲରେ ୨୫ପ୍ରତିଶତ ଗରିବ ପିଲାଙ୍କର ନାମଲେଖାଇବା ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ବି.ପି.ଏଲ୍. ଭଳି ସରକାରୀ ସ୍ୱିକୃତି କାଗଜପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି । ଯଦି କୈାଣସି ସ୍କୁଲରେ ନିର୍ଦ୍ଧାରିତ ୨୫ ପ୍ରତିଶତ ସିଟ୍ ଫାଙ୍କା ରହେ ତେବେ ସ୍କୁଲ କର୍ତୃପକ୍ଷ ସରକାରଙ୍କୁ ଜଣାଇବା ସହ ସ୍କୁଲ ନୋଟିସ୍ ବୋର୍ଡ଼ ଓ ଖବର କାଗଜରେ ସମ୍ପୂର୍ଣ୍ଣ ତଥ୍ୟ ଭିତିକ ବିଜ୍ଞାପନ ଦେବାକୁ କୁହାଯାଇଛି । ତେବେ ଏହି ସ୍କୁଲ ମାନଙ୍କରେ ନାମ ଲେଖାଇବା ପାଇଁ କୈ÷ାଣସି ଫି ଦେବାକୁ ପଡ଼ିବ ନାହିଁ । ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଲେ ସ୍ଥାନୀୟ ବି.ଡ଼ି.ଓ. ଙ୍କ ଦ୍ୱାରା ଲଟେରୀ  ମାଧ୍ୟମରେ ପିଲାମାନଙ୍କୁ ଚୟନ କରିବାର ବ୍ୟବସ୍ଥା ରହିଛି । ତେବେ ଏହିସବୁ ନିୟମକୁ କିଛି ବେସରକାରୀ ସ୍କୁଲ ମାନୁନାହାନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗରିବ ପିଲାମାନେ ପାଠ ପଢ଼ାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର …

Leave a Reply

Your email address will not be published. Required fields are marked *