Thursday , August 5 2021
Breaking News
Home / ବିଶେଷ / ଘରେ କଳାକନା ବୁଲେଇଲେ ଚୋର

ଘରେ କଳାକନା ବୁଲେଇଲେ ଚୋର

ତାରପୁର, ୧୮/୦୫/୨୦୨୧(ଓଡ଼ିଶା ସମାଚାର)-ତିର୍ତୋଲ ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଓ ନିଶା କାରବାର ବୃଦ୍ଧି ପାଉଥିବାରୁ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଥାନା ଅନ୍ତର୍ଗତ ଛପଡ଼ା ପଂଚାୟତର ଜଇପୁର ଛକ , ଜଇପୁର ହାଟ ବଜାର, ଛପଡ଼ା ରେଲୱେ ଷ୍ଟେସନ , ଗୋରଖନାଥ ପିଠ ନିକଟ, ବିଦ୍ୟାଧରପୁର ର ବିଭିନ୍ନ ସ୍ଥାନ ଓ ଏରଡ଼ଙ୍ଗା ପଂଚାୟତର ଛକମାନଙ୍କରେ ମଦ, ଗଂଜେଇ, ପାଉଡ଼ର ଇତ୍ୟାଦି ଖୋଲା ମେଲାରେ ବିକ୍ରୟ କରାଯାଉଥିବାବେଳେ ଜାଣି ଶୁଣି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଚୁପ୍ ରହୁଥିବାରୁ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ବର୍ତମାନ ଅସହ୍ୟ ଗରମ ଅନୁଭୂତ ହେଉଥିବାରୁ ଘରେ ନଶୋଇ ଘର ବାହାରେ ଆଖ ପାଖରେ ଶୋଉଥିବାରୁ ଏହାକୁ ସୁଯୋଗ ଭାବି ଚୋରମାନଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଛି । ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଏହି ଥାନା ଅନ୍ତର୍ଗତ ଛପଡ଼ା (ବରପଦା) ଗ୍ରାମରେ । ଏହି ଗ୍ରାମର ଦେବାଶିଷ ବିଶ୍ୱାଳ , ତାଙ୍କ ବୋଉ ଅସହ୍ୟ ଗରମରୁ ଘରେ ନଶୋଇ ନିକଟରେ ଥିବା ଚାଳ ଘରେ ଶୋଇଥିବାବେଳେ ରାତିରେ କିଛି ଚୋର ଘରେ ପସି ଆଲମିରା ଭାଙ୍ଗି ସେଥିରେ ଥିବା ୩୦ ହଜାର ଟଙ୍କା, ନୂଆ ଶାଢ଼ୀ ଓ ଡ଼୍ରେସ ନେଇଯିବା ସହିତ ଘରେ ଥିବା ୨ ଗୋଟି ଟ୍ରଙ୍କ ନେଇଯାଇ ନିକଟସ୍ଥ କିଆ ଗୋଧା ଭିତରେ ଭାଙ୍ଗି ସେଥିରେ ଥିବା ୧୨ ଗୋଟି ସୁନା ମୁଦି , ୬ ହଳ ଶଙ୍ଖା, ମଙ୍ଗଳ ସୂତ୍ର, ଚେନ୍, ହାର , ୫ ହଜାର ଟଙ୍କା ଏହିପରି ସମୁଦାୟ ୫ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତି ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଥାନା ପକ୍ଷରୁ ପୁଲିସ ଓ ସାଇଂଟିଫିକ୍ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ବି କେହି ଧରାପଡ଼ିନଥିବାବେଳେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *