Tuesday , June 15 2021
Breaking News
Home / ବିଶେଷ / ଘରପୋଡିବିପନ୍ନଙ୍କ ପାଖରେବ୍ଲକ ଅଧ୍ୟକ୍ଷ ପହଁଚିସହାୟତା ପ୍ରଦାନ କଲେ

ଘରପୋଡିବିପନ୍ନଙ୍କ ପାଖରେବ୍ଲକ ଅଧ୍ୟକ୍ଷ ପହଁଚିସହାୟତା ପ୍ରଦାନ କଲେ

କେନ୍ଦ୍ରାପଡ଼ା ୧୯/୦୫/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ଗଣ୍ଡସାହି ଓ ଜେନାସାହିରେ ଗତ ରବିବାର ଆକସ୍ମିକ ଅଗଃିକାଣ୍ଡରେ ସଞ୍ଜୟଜେନା,  ଚୈତନ୍ୟ ଜେନା,  ସମୀର ଜେନା, ରମେଶ ଜେନା, ସନାତନ ଜେନା ଓ ବନମାଳି ଜେନାଙ୍କ ୬ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ୬ଟି ପରିବାର ବେଘର ହୋଇଯାଇଥିଲେ । ଏ ସମ୍ପର୍କରେ ଖବର ପାଇ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ ଚାରିଗାଁ ସରପଂଚ ଭାରତୀ ମଳିକଙ୍କୁ ଯୋଗାଯୋଗ କରି ବିପନ୍ନ ପରିବାରଙ୍କୁ ରାତ୍ରୀ ଯାପନ ପାଇଁ ବ୍ୟବସ୍ଥା କରିବାସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଇଥିଲେ । କେନ୍ଦ୍ରାପଡା ତହସିଲଦାର ଙ୍କୁଜଣାଇ ବିପନ୍ନ ପରିବାର ଗୁଡିକୁ ରେଡକ୍ରସ ପାଣ୍ଠିରୁ ସରକାରୀ ଆର୍ଥିକ ସହାୟତା ଓ ଜରିପାଲ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଏଥିସହିତ ଆଜି ସେଠାକୁ ବ୍ଲକ ଅଧ୍ୟକ୍ଷଶ୍ରୀ ଧଳ ଯାଇ ବିପନ୍ନ ପରିବାରଙ୍କୁ ଆର୍ଥିକସହାୟତା ପ୍ରଦାନ କରିଛନ୍ତି । ବ୍ଲକ ଅଧକ୍ଷ ଶ୍ରୀ ଧଳଙ୍କ ସହିତ ସ୍ଥାନୀୟ ସରପଂଚ ଭାରତୀ ମଳିକ, ସମିତିସଭ୍ୟ ହେମନ୍ତ ମଳିକ, ଧୂମାତ ସରପଂଚ ନରହରି ପାଣି, ପଂଚାୟତ ସଭାପତି ସୁଦାମ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କେନ୍ଦ୍ରାପଡା ବିଧାୟକ ଶୀଭୂଷଣ ବେହେରାଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ । ବିପନ୍ନ ପରିବାର ଗୁଡିକୁ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ସହାୟତାଯୋଗାଇଦେବାର ସୁବନ୍ଦୋବସ୍ତ କରାଇବେବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଅଧକ୍ଷ ଶ୍ରୀ ଧଳ ଚାରିଗାଁ କୋଭିଡ ସେଂଟର,ଧୂମାତ ପଂଚାୟତ କୋଭିଡସେଂଟର, ପଳସିଂହା ପଂଚାୟତର ଗୋବିନ୍ଦଜୀଉ ପାଟଣା,ରାବିଆବସରୀଆ ମଦ୍ରାସା କୋଭିଡ ସେଂଟର,ଗାଙ୍ଗପଡା ପଂଚାୟତର ସୁକଦେବ ବ୍ରହ୍ମଚାରୀ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଡାକ୍ତରଖାନାରେ ଥିବା ପ୍ରବାସୀ ମାନଙ୍କୁ ଭେଟିସେମାନଙ୍କର ସ୍ୱାସ୍ଥ୍ୟ,ସେମାନଙ୍କୁ ପ୍ରଦାନ କରାଯାଉଥିବାଖାଦ୍ୟ ,ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହିତ ସେମାନଙ୍କୁ ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତ୍ୱ ବଜାରରଖିବାକୁ ପରାମର୍ଶ ଦେଇଥିଲେ । ଯଦି କିଛି ଅସୁବିଧା ହୁଏ ତେବେ ତାଙ୍କୁଟେଲିଫୋନ ଦ୍ୱାରା ଜଚ୍ଚାଇବାକୁ କହିଥିଲେ । କୋଭିଡ ସେଂଟର ପରିଦର୍ଶନ ସମୟରେ ଚାରିଗାଁ ସରପଂଚଙ୍କ ପ୍ରତିନିଧି ପ୍ରଦୀପ ମଳିକ, ପଳସିଂହା ସରପଂଚଙ୍କ ପ୍ରତିନିଧି ଅଜିତକୁମାର ମହାପାତ୍ର  ଓ  ପଂଚାୟତ ନୋଡାଲ ଅଧିକାରୀଙ୍କ ସମେତ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *