Wednesday , June 16 2021
Breaking News
Home / ତାଜା ଖବର / ଘଟଗାଁ  : ଟ୍ରକ ଧକ୍କାରେ ୩ ହାତୀ ମୃତ

ଘଟଗାଁ  : ଟ୍ରକ ଧକ୍କାରେ ୩ ହାତୀ ମୃତ

ଘଟଗାଁ,୨୨/୮/୨୦୧୯(ଓଡିଶା ସାମାଚାର) ଘଟଗାଁ ରେଞ୍ଜ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ହାତୀ ଗୁରୁତର ହୋଇଥିଲା । ହେଲେ ଗୁରୁତର ହୋଇଥିବା ବଡ ହାତୀଟିକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଉଥିବା ବେଳେ ତାର ମଧ୍ୟ ମୃତ୍ୟୁ ଘଟିଥିବା ଜଣା ପଡିଛି । ଗତକାଲି ରାତି ୧.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୃତ ଦୁଇ ହାତୀଙ୍କ ମଧ୍ୟରେ ଗୋଟିଏ ଛୁଆ ହାତୀ ରହିଛି । ଗତକାଲି ରାତି ପ୍ରାୟ ୧୦ ସମୟରେ ଘଟଗାଁ ଠାରୁ ୧କିମି ଦୂର ଜାତୀୟ ରାଜପଥ ନିକଟରେ ୧୨ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଂଚଳର ବହୁ ଲୋକ ହାତୀ ଗୁଡିକୁ ଦେଖିବାକୁ ଯାଇଥିଲେ ହେଁ ବିଭାଗୀୟ କର୍ମଚାରୀ ଏହି ଖବର କିପରି ପାଇପାରିଲେ ନାହିଁ ତାହାହିଁ ପ୍ରଶ୍ନବାଚୀ ହୋଇଛି । ଯଦି ଏହି ସମୟରେ ବନ ବିଭାଗ କର୍ମଚାରୀ ମାନେ ହାତୀ ଗୁଡିକୁ ଜଙ୍ଗଲକୁ ଘଉଡାଇ ଦେଇଥାନ୍ତେ ଏ ପ୍ରକାର ଅଘଟଣ ଘଟି ନଥାନ୍ତା ବୋଲି କୁହାଯାଉଛି । ଘଟଣା ସ୍ଥଳରେ  ଥିବା ଦୁଇଟି ୧୪ ଚକିଆ ଟ୍ରକର ସମ୍ମୁଖ ଭାଗ  ଚେପା ହୋଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *