Saturday , July 31 2021
Breaking News
Home / ବିଶେଷ / ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଏସଟିଏଫ ଗିରଫ କଲା

ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଏସଟିଏଫ ଗିରଫ କଲା

କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)-ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଏସଟିଏଫ ଗିରଫ କରି କୋର୍ଟ ଚାଲାଣ କରିଛି । ଭୁବନେଶ୍ୱର ଏସଟିଏଫର ଇନସପେକ୍ଟର ଅଶୋକ କୁମାର ଗିରିଙ୍କ ନେତୃତ୍ୱରେ ଏକ ଟିମ କେନ୍ଦ୍ରାପଡାରେ ପହଂଚି ଟାଉନ ଥାନା ପୋଲିସ ସହାୟତାରେ ସୋମବାର ରାତିରେ ଚଢାଉକରି ଦିଲାରପୁରସ୍ଥିତ ବାସଭବନରୁ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଦାଦାପୁଅ ଭାଇଙ୍କୁ ଗିରଫ କରିଥିଲା  । ସେହି ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ  ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଏସ.ଟି.ଏଫ.କେଶ ନମ୍ବର ୧୦/୨୦୧୮ରେ ଆଇ.ପି.ସି.ର ଦଫା ୪୪୭, ୫୦୬ ଓ ୪୩ ସମେତ ୨୫ ଓ ୨୭ଆର୍ମସ ଆକ୍ଟରେ (ବେଆଇନ ଭାବେ ମାରଣାସ୍ତ୍ର ପାଖରେ ରଖିବା)ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସଟିଏଫ ଇନସପେକ୍ଟର ଶ୍ରୀ  ଗିରିଙ୍କ ଠାରୁ  ସୂଚନା ମିଳିଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି  ଟାଉନ ଥାନା ଅନ୍ତର୍ଗତ ଦିଲାରପୁର ଗ୍ରାମର ଗ୍ୟାଙ୍ଗଷ୍ଟର ଟିଟୋର ଦାଦା ସୟଦ ଜହର ଅଲ୍ଲୀଙ୍କ ପୁଅ ସଦାମ ଓରଫ ସୟଦ ସଦାମ ଅଲ୍ଲୀ(୨୬) ଏବଂ  ପାପା ଓରଫ ସୟଦ ଜାହିଦ ଅଲ୍ଲୀ(୩୦) । ଏସଟିଏଫର ଏହି ଚଢାଉରେ ଟାଉନ ଥାନା ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସମେତ ପୋଲିସ ଫୋର୍ସ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *