Thursday , June 17 2021
Breaking News
Home / ବିଶେଷ / ଗ୍ରୀନ୍ ମହାନଦୀ ମିଶନ ପାଇଁ ୫୧ କୋଟି ବ୍ୟୟବରାଦ

ଗ୍ରୀନ୍ ମହାନଦୀ ମିଶନ ପାଇଁ ୫୧ କୋଟି ବ୍ୟୟବରାଦ

ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଗତ ୨୦୧୮-୧୯ ବର୍ଷରେ ଗ୍ରୀନ- ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମୋଟ ୫୯ କୋଟି ୪୮ ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଏକ ଅଣତାରକା ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଲେ, ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ମହାନଦୀ, ଇବ୍ , ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା ଓ ଏହାର ଶାଖା ନଦୀର ଉଭୟ ପାଶ୍ୱର୍ରେ ୧ ହଜାର ୩୫ ହେକ୍ଟର ପରିମିତ ଅଂଚଳରେ ସଘନ ବନୀକରଣ କରାଯିବାର ପ୍ରସ୍ତାବ ରହିଛି । ସେହିପରି ୭୫ ହେକ୍ଟର ଝାଉଁ ଜଙ୍ଗଲ, ୨୦୩ ହେକ୍ଟର ଲଣ୍ଡା ପାହାଡ଼ରେ ବନୀକରଣ, ୭ ହଜାର ୭୬୩ ହେକ୍ଟର ଅଂଚଳରେ ଉଡୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ । ଏହି ଯୋଜନାରେ ୧୭୧ ହେକ୍ଟର ଅଂଚଳରେ ବାଉଁଶ ବନୀକରଣ, ୭ ଲକ୍ଷ ୧୨ ହଜାର ବୃକ୍ଷଚାରା ଉପଯୋଗ କରି ସହରାଂଚଳ ବନୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ୫୦ ଲକ୍ଷ ବୃକ୍ଷଚାରା ହିତାଧିକାରୀଙ୍କୁ ନିଜସ୍ୱ ବାଡ଼ିବଗିଚାରେ ବିନାମୂଲ୍ୟରେ ରୋପଣ ପାଇଁ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଆରୁଖ ଉତର ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *