Sunday , June 20 2021
Home / ବିଶେଷ / ଗ୍ରାମୀଣ ଗୃହ ନିର୍ମାଣରେ ସ୍ୱଚ୍ଛତା ନେଇ ପଂଚାୟତିରାଜ ବିଭାଗର ତତ୍ପରତା- ଲୋକଙ୍କ ଅଭିଯୋଗ ସଂଗ୍ରହ କରି ନିଆଯିବ ପଦକ୍ଷେପ

ଗ୍ରାମୀଣ ଗୃହ ନିର୍ମାଣରେ ସ୍ୱଚ୍ଛତା ନେଇ ପଂଚାୟତିରାଜ ବିଭାଗର ତତ୍ପରତା- ଲୋକଙ୍କ ଅଭିଯୋଗ ସଂଗ୍ରହ କରି ନିଆଯିବ ପଦକ୍ଷେପ

ଭୁବନେଶ୍ୱର,୨୭/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଗ୍ରାମୀଣ ବିକାଶ କାର୍ଯ୍ୟ ଜାରି ରହିଛି । ହେଲେ ଅର୍ଥପ୍ରାପ୍ତିରେ ବିଳମ୍ବ ଓ କାର୍ଯ୍ୟରେ ଅନିୟମିତତା ନେଇ ବହୁ ସମୟରେ ଅଭିଯୋଗ ସାମ୍ନାକୁ ଆସୁଛି । ଏହି ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ପଂଚାୟତିରାଜ ବିଭାଗ ତତ୍ପରତା ଦେଖାଇଛି । ସରକାର ନେଇଥିବା ନିଷ୍ପତିି ଅନୁସାରେ ଏହିସବୁ କାର୍ଯ୍ୟରେ ଲୋକଙ୍କ ଫିଡବ୍ୟାକ୍ ସଂଗ୍ରହ ପାଇଁ ସବୁ ଗ୍ରାମାଂଚଳରେ କଲ୍ ସେଂଟର ଖୋଲାଯିବ । ଏହି କଲ୍ ସେଂଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଫୋନ କରାଯିବ । କାର୍ଯ୍ୟରେ ଅନିୟମିତତା କିମ୍ବା ହିତାଧିକାରୀଙ୍କୁ ଅର୍ଥ ପ୍ରଦାନରେ କାହିଁକି ବିଳମ୍ବ ହେଉଛି ସେନେଇ ସରକାର ଫିଡବ୍ୟାକ୍ ସଂଗ୍ରହ କରିବେ । ଏନେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିର ଶପଥ ନେବା ପରେ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହାସହ ରାଜ୍ୟବାସୀ କିପରି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେନେଇ ସବୁ ବିଭାଗକୁ ଗୁରୁତ୍ୱ ଦେବାକୁ ତାଗିଦ କରିଛନ୍ତି । ତେଣୁ ପଂଚାୟତିରାଜ ବିଭାଗ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଆରମ୍ଭ ହେବାକୁ ଥିବା ଏହି କଲ୍ ସେଂଟର ମାଧ୍ୟମରେ ବିଭାଗୀୟ ଅଭିଯୋଗର ଶୁଣାଣି ମଧ୍ୟ କରାଯିବ । କଲ୍ ସେଂଟରରେ ନିୟୋଜିତ ହୋଇଥିବା କର୍ମଚାରୀ ସିଧାସଳଖ ହିତାଧିକାରୀଙ୍କର ସହ କଥା ହୋଇ ଅଭିଯୋଗର ପଞ୍ଜିକରଣ କରିବେ । ହିତାଧିକାରୀଙ୍କୁ ମଞ୍ଜୁର ହୋଇଥିବା ବାସଗୃହ ବାବଦ ଅର୍ଥ ସହାୟତା ସମ୍ପର୍କରେ ଅବଗତ କରାଯିବା ସହ ନିୟମ ସମ୍ପର୍କରେ ମଧ୍ୟ ବୁଝାଯିବ । ଏଥିପାଇଁ କଲ୍ସେଂଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ହିତାଧିକାରୀଙ୍କ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଯିବ । ଯଦି କୌଣସି ହିତାଧିକାରୀ ଅର୍ଥ ପାଇବାରେ ବିଳମ୍ବ କିମ୍ବା ଦୁର୍ନୀତିର ଶୀକାର ହୋଇଥିବା ଅଭିଯୋଗ ମିଳେ, ତେବେ ଅଭିଯୋଗକୁ ଅନୁଧ୍ୟାନ କରାଯିବ । କୌଣସି ଅନିୟମିତତା କିମ୍ବା
ଦୁର୍ନୀତି ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରତିଦିନ ୫୦ରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ଫୋନ କରାଯାଇ ବାସଗୃହ ନିର୍ମାଣ ସ୍ଥିତି ସମ୍ପର୍କରେ ପଚାରି ବୁଝାଯିବ । ହିତାଧିକାରୀଙ୍କ ପାଇଁ ଏହି କଲ୍ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ । ଅଭିଯୋଗ ପଞ୍ଜିକରଣ ପରେ ସମ୍ପୃକ୍ତ
ହିତାଧିକାରୀଙ୍କୁ ପଞ୍ଜିକୃତ ନମ୍ବର ଯୋଗାଇଦିଆଯିବ । ଏଥିପାଇଁ କଲ ୍ସେଂଟର କର୍ମଚାରୀ ଦୁଇଟି ପୃଥକ ରେଜିଷ୍ଟର ବ୍ୟବହାର କରିବେ । ନିୟମିତ ଭାବେ ଏହି ପଞ୍ଜିକୃତ ଅଭିଯୋଗଗୁଡ଼ିକର ଯାଂଚ ପ୍ରକଳ୍ପ ନିର୍ଦ୍ଧେଶକ କରିବେ । ୧୦ରୁ କମ୍ ବ୍ଲକ ଥିବା ଜିଲ୍ଲାରେ ହେବାକୁ ଥିବା କଲ୍ ସେଂଟରରେ ୨ ଜଣ ଓ ୧୦ ରୁ ଅଧିକ ବ୍ଲକ ଥିବା କଲ୍ ସେଂଟରରେ ୩ ଜଣ କର୍ମଚାରୀ ନିୟୋଜିତ ହେବେ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *