Monday , June 21 2021
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ : ଇଲେଭେନ୍ ଷ୍ଟାର  ଚମ୍ପିଆନ୍ 

ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ : ଇଲେଭେନ୍ ଷ୍ଟାର  ଚମ୍ପିଆନ୍ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମରେ ଗତ ୧୧ ତାରିଖରୁ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା ।  ମା ଭଗବତୀ କି୍ରକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୮ମ ବାର୍ଷିକ କି୍ରକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରେ  ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ ଚମ୍ପିଆନ ଟ୍ରଫି ହାସଲ କରିଛି ।  ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ମ୍ୟାଚ ରେ  ଆଜି ଫାରଇନାଲ ମ୍ୟାଚ୍ ହରିଦାସପୁର କ୍ରିକେଟ ଟିମ ଓ ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ ମଧ୍ୟରେ ହୋଇଥିଲା ।  ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୨୦ ଓଭର ଖେଳରେ ଇଲେଭେନ୍ ଷ୍ଟାର ବାଲିଘାଇ ସମସ୍ତ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା ।  ଏହାର ଜବାବରେ ହରିଦାସପୁର କ୍ରିକେଟ ଟିମ ସମସ୍ତ ଉଇକେଟ ହରାଇ ମାତ୍ର ୧୬୨ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ।  ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ଯୋଗଦେଇ ବିଜୟୀ ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ଙ୍କ ଗରଦପୁର ପ୍ରତିନିଧି ଜୟ ପ୍ରକାଶ ବାରିକ ଯୋଗଦେଇ ହରିଦାସପୁର କ୍ରିକେଟ ଟିମ କୁ ରନର୍ସ ଅପ୍ କପ୍ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ଆୟୋଜକ କ୍ଲବ୍ ର ମନୋଜ ରାଉତ, ରାଜେସ ନାୟକ,ସିଦ୍ଧାର୍ଥ ରାଉତ, ବୁୂଟୁନା ଦାସ,ବିଜ୍ଞନାରାୟଣ ସାହୁ,ଶରତ ରାଉତ, ଦୀପକ ପୀରିଡ଼ା, ପ୍ରମୁଖ ପରିଚାଳନା କରିଥିବାବେଳେ କ୍ରିକଟ ଭାସ୍ୟକାର ଭାବେ ରଘୁନାଥ ବାରିକ , ସୁକାନ୍ତ ସେନାପତି କାର୍ଯ୍ୟ ନିର୍ବାହ କରିଥିଲେ ।  ଏହି ଟୁର୍ଣ୍ଣାମେଂଟରେ ସମୁଦାୟ ୧୧ ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ସାମ୍ବାଦିକ ସାରଦା ସାମନ୍ତରାୟ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭିଡିଓକନଫରେନ୍ସ  ଆଲୋଚନା ପରେ ପଟ୍ଟାମୁଣ୍ଡାଇ ଇଣ୍ଡୋର ଷ୍ଟାଡିୟମ ପାଇଁ ୮କୋଟି ମଞ୍ଜୁର

କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରୀଡାର ବିକାଶ ସହ ଉଦୀୟମାନ କ୍ରୀଡାବିତ …

Leave a Reply

Your email address will not be published. Required fields are marked *