Thursday , August 5 2021
Breaking News
Home / ତାଜା ଖବର / ଗୋଡ଼ିପଡ଼ା ଟୋଲଗେଟ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀର ମୃତ୍ୟୁ

ଗୋଡ଼ିପଡ଼ା ଟୋଲଗେଟ ନିକଟରେ ଟ୍ରକ ଧକ୍କାରେ ବାଇକ ଆରୋହୀର ମୃତ୍ୟୁ

ନିରାକାରପୁର, ୦୬/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅର୍ନ୍ତଗତ ଗୋଡ଼ିପଡ଼ା ଟୋଲଗେଟ ନିକଟରେ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ କି ଟାଙ୍ଗୀ ଥାନା ହାଟବରଡ଼ି ଗା୍ରମ କାଳିଜାଇ ସାହିର ଜିତୁ ବେହେରା(୩୫) ଏକ ବାଇକ ଯୋଗେ ଖୋର୍ଦ୍ଧା ଆଡ଼ୁ ଘରକୁ ଫେରୁଥିଲେ । ହଠାତ ଗୋଡ଼ିପଡ଼ା ଟୋଲଗେଟ ନିକଟରେ ପଛପଟୁ ଏକ ଟ୍ରକ ଦ୍ରୁତଗତିରେ ଆସି ଧକ୍କା  ଦେବା ସହ ମୁଣ୍ଡରେ ଚଢିଯାଇଥିଲା । ଘଟଣାସ୍ଥଳରେ ଜିତୁ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଜଙ୍କିଆ ପୋଲିସ ଦୁଇଟି ଯାକ ଗାଡ଼ିକୁ ଜବତ କରିବା ସହ ଟ୍ରକ ଡ଼୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୧୨୯ କରୋନା ସଂଙ୍କ୍ରମିତ ଚିହ୍ନଟ – ୬୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *