Sunday , June 13 2021
Breaking News
Home / ବିଶେଷ / ଗୋଷ୍ଠୀଗୃହର ଶିଳାନ୍ୟାସ

ଗୋଷ୍ଠୀଗୃହର ଶିଳାନ୍ୟାସ

ସୁନାବେଡା,୦୭/୧୦/୨୦୧୯ (ଓଡ଼ିଶା ସମାଚାର)- ସୁନାବେଡା ପୌର ପରିଷଦ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ସେମିଳିଗୁଡା ତଳ ଗାନ୍ଧୀନଗରରେ ୫ଲକ୍ଷଟଙ୍କା ବ୍ୟୟରେ ହେବାକୁ ଥିବା ଏକ ଗୋଷ୍ଠୀଗୃହ ଓ ଏକ ପାର୍କର ଶିଳାନ୍ୟାସ କରିଥିଲେ । ଉକ୍ତ ପାର୍କ ଓ ଗୋଷ୍ଠୀଗୃହ ନିର୍ମାଣ ହେବାପରେ ତଳଗାନ୍ଧୀନଗର ଅଂଚଳର ବହୁ ଲୋକେ ଏହାର ବିଭିନ୍ନ କ୍ଷେତ୍ରରେ ଫାଇଦା ପାଇପାରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମଲ୍ଲିକ କହିଥିଲେ । ଏହି ଅବସରରେ କନିଷ୍ଠ ଯନ୍ତ୍ରୀ ଅରୁଣ ନାୟକ, ବିଜେଡି ଜିଲା ଯୁବ ଉପସଭାପତି ଭତର ମଲ୍ଲିକ, ମା ସରସ୍ୱତୀ ଶିଶୁମନ୍ଦିରର ସଭାପତି ରାଜେଶ ମହାରଣଙ୍କ ସମେତ ତଳ ଗାନ୍ଧୀନଗର ଅଂଚଳର ବହୁ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *