Monday , June 14 2021
Breaking News
Home / ତାଜା ଖବର / ଗୋରୁ ବୋଝେଇ ଗାଡ଼ିଜବତ,୧୮ ଗାଈ ଉଦ୍ଧାର

ଗୋରୁ ବୋଝେଇ ଗାଡ଼ିଜବତ,୧୮ ଗାଈ ଉଦ୍ଧାର

 

କଟକ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଏକ ଗୋରୁ ବୋଝେଇ ଗାଡ଼ିକୁ ବାଦାମବାଡି ଥାନା ପୁଲିସ ଜବତକରିଛି । ଜବତ ଗାଡ଼ିରୁ ୧୮ ଟି ଗୋରୁ ଉଦ୍ଧାର କରାଯାଇ ନୂଆବଜାରସ୍ଥିତି ଗୋଶାଳାରେ ଛଡାଯାଇଛି । ପୁଲିସ ଏକ ମାମଲା ରୁଜୁ କରିଛି । ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ନିଆଳି ଅଂଚଳରୁ ଓଡି୦୫ଏମ୍୨୯୧୧ନମ୍ବର ଏକ ମିନି ଟ୍ରକରେ ଶୁକ୍ରବାର ରାତିରେ ଗୋରୁ ବୋଝେଇ ହୋଇ କଟକ ଆସୁଥିଲା । ଗାଡ଼ିଟି ଲିଙ୍କ ରୋଡରୁ ବାଦାମବାଡି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସମୟରେ ପାଲାମଣ୍ଡପ ନିକଟରେ ଏକ ବାଇକ୍କୁ ଧକ୍କା ଦେଇଥିଲା । ଏହାକୁ ନେଇ ବାଇକ୍ ଆରୋହୀ ଓ ଗୋରୁବୋଝେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଗାଡ଼ିରେ ଗୋରୁଥିବା ଜାଣି କେତେକ ଯୁବକ ବାଦାମବାଡି ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡ଼ି ଜବତ କରିଥିଲା । ପୁଲିସ ଆସିବା ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *