Saturday , July 31 2021
Breaking News
Home / ବିଶେଷ / ଗୋବର୍ଦ୍ଧନ ମଠ ତରଫରୁ ବ୍ରାହ୍ମଣ,ପୁରୋହିତ ଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଗୋବର୍ଦ୍ଧନ ମଠ ତରଫରୁ ବ୍ରାହ୍ମଣ,ପୁରୋହିତ ଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଭୁବନ ୦୪/୦୬/୨୦୨୧(ଓଡ଼ିଶା ସମାଚାର)- ପୁରୀ ଗୋବର୍ଦ୍ଧନ ମଠ ତରଫରୁ ଭୁବନର ବିଭିନ୍ନ ମଠ,ମନ୍ଦିର ର ପୂଜକ,ସେବାୟତ,ମାଳି ପ୍ରମୁଖଙ୍କୁ ରାସନ ସାମଗ୍ରୀ ବଣ୍ଟନ   କରାଯାଇଅଛି । କାଳୀବଜାର ସ୍ଥିତ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ଗୋବର୍ଦ୍ଧନ ମଠ ଆନୁକୂଲ୍ୟରେ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ ସେବା କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ପୀଠ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଙ୍କ ସମେତ ଭୁବନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ ସାହୁ ,ଉପଦେଷ୍ଟା ଗୋପୀନାଥ ମହାନ୍ତି ଉପସ୍ଥିତ ରହି ବ୍ରାହ୍ମଣ ,ସେବାୟତ ମାନେ ହେଉଛନ୍ତି ସମାଜର ଶ୍ରେଷ୍ଠ ସେବକ । ମହାମାରୀ କରୋନା ଯୋଗୁ ସରକାର ମଠ ମନ୍ଦିରରେ ତାଲା ପକାଇ ଦେଇଥିବାରୁ ବର୍ତମାନ ସେମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଏହି ଦୁର୍ଦ୍ଧିନ ସମୟରେ ସେମାନଙ୍କୁ ରାସନ କିଟ୍ ପ୍ରଦାନ କରି ନିଜକୁ ଧନ୍ୟ ମନେ କରୁଛୁ ବୋଲି କହିଥିଲେ । ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ବ୍ରାହ୍ମଣ,ସେବାୟତ, କର୍ମକାଣ୍ଡି ବ୍ରାହ୍ମଣ ବାରିକ,ମାଳି  ଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *