Wednesday , August 4 2021
Breaking News
Home / ବିଶେଷ / ଗୋପ ଗ୍ରାମରୁ ଚୋରି ଅଭିଯୋଗ

ଗୋପ ଗ୍ରାମରୁ ଚୋରି ଅଭିଯୋଗ

କେନ୍ଦ୍ରାପଡ଼ା, ୦୧/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଅନ୍ତର୍ଗତ ଗୋପ ଗ୍ରାମର ସୁଶାନ୍ତ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ଗୁରୁବାର ରାତିରେ ସେ ସପରିବାର ଶୋଇଥିବା ବେଳେ କେହି ଦୁର୍ବୁତ ତାଙ୍କ ଘରେ ପଶି ବହୁ ମୁଲ୍ୟବାନ ଜିନିଷ ଚୋରି କରିନେଇଯାଇଛି । ତାଙ୍କ ଘରର ଦକ୍ଷିଣ ପାଶ୍ୱର୍ ଝରକା ତାଡି ସୁନା ମୁଦି, ଶାଙ୍ଖô, କାନଫୁଲ ପ୍ରଭୃତି ପ୍ରାୟ ୧୫ ଗ୍ରାମ ଓଜନର ସୁନା ଗହଣା, ରୂପା ଖଡୁ, ପାଉଁଜି (୧୦ହଳ)ଅାବିଛା  ସମେତ ୩ଟି ମହିଳା ହାତଘା, ଭ୍ୟାନିଟ ବ୍ୟାଗ,ଏଟିଏମ କାର୍ଡ, ଅଫିସ ଚାବି ଓ ନଗଦ ୧୨ହଜାର ୫ଶହ ଟଙ୍କା ଚୋରି କରିନେଇଥିବା  ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ଏକ ଚୋରି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *