Friday , June 18 2021
Breaking News
Home / ବିଶେଷ / ଗୋଚର ଜମିରୁ ଜବର ଦଖଲ ଉଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଗୋଚର ଜମିରୁ ଜବର ଦଖଲ ଉଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, ୨୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଠରବାଟିଆ ସାମିଲ ପଛପଡା ଗ୍ରାମରେ ଖାତା ନମ୍ବର ୭୩୨ ଓ ପ୍ଲଟ ନମ୍ବର ୧୬୬୯ରେ ଏ ୦.୩୮ଡେସିମିଲ ଗୋଚର ଜମି ରହିଛି । ସେହି ଗୋଚର ଜମିକୁ ଜବର ଦଖଲ କରାଯାଇଥିବାରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ସେହି ଜମିରୁ ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଥିଲା । କିନ୍ତୁ ଏବେ ପୁନର୍ବାର ସେହି ଗୋଚର ଜମିକୁ ଜବରଦଖଲ କରାଯାଇଥିବାରୁ ତାହାକୁ ଜବରଦଖଲମୁକ୍ତ କରାଯିବାକୁ ଅଠରବାଟିଆ ଗ୍ରାମର ରବୀନ୍ଦ୍ର ମଳିକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *