Sunday , June 20 2021
Home / ବିଶେଷ / ଗୋଇନ୍ଦା ସେଂଟର୍ ଉଦଘାଟିତ

ଗୋଇନ୍ଦା ସେଂଟର୍ ଉଦଘାଟିତ

ରାୟଗଡ଼ା, ୦୮/୦୩/୨୦୨୧(ଓଡ଼ିଶା ସମାଚାର)- ପୁଲିସ  ମହାନିର୍ଦ୍ଧେଶକ  ଶ୍ରୀ  ଅଭୟ ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି । ବିଏସ୍ଏଫ୍ ର ଏକ ସ୍ୱତନ୍ତ୍ର  ହେଲିକେପ୍ଟର  ଯୋଗେ  ରାୟଗଡା ରେ ପହଂଚି ଜେକେପୁର ସ୍ଥିତ ରିଜର୍ଭ ଅଫିସ ଠାରେ ଜିଲ୍ଲାର ନକ୍ସଲ ଗତିବିଧି ଓ ଆଇନ ଶୃଙ୍ଖଳା ଉପରେ ସ୍ଥିତି ସମୀକ୍ଷା କରିଛନ୍ତି ।  ସମୀକ୍ଷା  ବୈଠକରେ  ସିଆରପିଏଫ୍,ବିଏସଏଫ ଅଧିକାରୀଙ୍କ ସହ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀମାନେ   ଯୋଗ ଦେଇଥିଲେ ।   ଭିଡିଓ କନଫରେନି୍ସଂ  ମାଧ୍ୟମରେ  ରାୟଗଡ଼ା  ସ୍ଥିତ  ଡିଷ୍ଟ୍ରିକ୍ଟ ଇଂଟେଲିଜେନ୍ସ  ସେଂଟର  ଉଦଘାଟନ  କରିଥିଲେ ଅଭୟ ।  ତତ୍  ସେଙ୍ଗ  ସେଙ୍ଗ  କୋଭିଡ୍ ରେ  ପ୍ରାଣହରାଇଥିବା  ଯୋଦ୍ଧାଙ୍କ  ପରିବାରକୁ  ଭେଟିବା  ସହ ଚଳିତ   ବର୍ଷ   ଗେଞ୍ଜଇ   ଧରପଗଡ଼   କ୍ଷେତ୍ରରେ ଉଲ୍ଲେଖନୀୟ  କାର୍ଯ୍ୟପାଇଁ  ୧୦ଜଣ  ଅଧିକାରୀଙ୍କୁ ଭେଟିଥିଲେ ।  ଏହି  ଅବସରରେ  ଇଂଟେଲିଜେନ୍ସ ଏଡିଜି ଆର୍. କେ. ଶର୍ମା, ଆଇଜି ଅମିତାଭ ଠାକୁର,ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ବହୁ ପୁଲିସ ଅଧିକାରୀ, ସିଆରପିଏଫ୍ ଅଧିକାରୀ ଓ ବିଏସଏଫ୍ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *