Saturday , July 31 2021
Breaking News
Home / ବିଶେଷ / ଗୁହାଳରେ ନିଆଁ ଲାଗି ପାଂଚ ଗୋରୁଙ୍କ ସମେତ ମହିଳା ଗୁରୁତର ଆହତ 

ଗୁହାଳରେ ନିଆଁ ଲାଗି ପାଂଚ ଗୋରୁଙ୍କ ସମେତ ମହିଳା ଗୁରୁତର ଆହତ 

ତାରପୁର, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ରେଢୁଆ ଗ୍ରାମରେ ଗତକାଲି ରାତ୍ରିରେ ସ୍ୱର୍ଗତ ପ୍ରଫୁଲ ରାଉତଙ୍କ ସ୍ତ୍ରୀ ଶାନ୍ତିଲତା ରାଉତଙ୍କ ଗୁହାଳଘରେ ମଶା ଧୂଆଁରୁ ନିଆଁ ଲାଗି ଗୁହାଳଟି ଜଳିଯାଇଥିଲା  । ନିଆଁ ଜଳୁଥିବା ଗୁହାଳ ଭିତରେ ଶାନ୍ତିଲତା ପଶିଯାଇ ଗୋରୁ ଗୁଡିଙ୍କୁ ଉଦ୍ଧାର କରିଥିଲେ  । ପାଂଚଗୋଟି ଗୋରୁ ଏହି ଅଗ୍ନିକାଣ୍ଡରେ ପୋଡି ଯାଇ ଗୁରୁତର ଆହତ ହୋଇଥିବା ବେଳେ ଶାନ୍ତିଲତା ମଧ୍ୟ ଏହି ନିଆଁରେ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି  । ଖବର ପାଇ ରଘୁନାଥପୁର ଅଗ୍ନିଶମ ଦଳ   ପହଂଚି ନିଆଁକୁ ଲିଭାଇଥିଲେ  ।   ଓଡ଼ିଶା ସମାଚାର

About admin

Check Also

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର …

Leave a Reply

Your email address will not be published. Required fields are marked *