Tuesday , June 15 2021
Breaking News
Home / ତାଜା ଖବର / ଗୁଳିମାଡ଼ କରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଗୁଳିମାଡ଼ କରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଆଠଗଡ, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-: କଟକ ଜିଲ୍ଲା ଆଠଗଡ଼-ନରସିଂହପୁର ରାଜ୍ୟ ରାଜପଥର ମାରୁଗୋଠ ମଧ୍ୟବର୍ତ୍ତୀ ୬୫ନଂ ରାଜ୍ୟ ରାଜପଥରେ ଗୁଳିମାଡ଼ କରି  ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।  ଆଠଗଡ଼ର ଅଶୋକନଗର ଅଂଚଳରେ ରହୁଥିବା ଢେଙ୍କାନାଳ ନିବାସୀ ଦୟାନିଧି ଭଞ୍ଜଙ୍କ ପୁଅ କ୍ଷୀତିଶ୍ ରଞ୍ଜନ ଭଞ୍ଜ (୨୬) ମହେନ୍ଦ୍ର ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି ।  ନୂଆପାଟଣା ଅଞ୍ଚଳରୁ ସେ ବକେୟା ଅର୍ଥ ଆଦାୟ କରି ଆଠଗଡ ଆଡକୁ ଫେରୁଥିବାବେଳେ ୩ଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆଠଗଡ ପଟୁ ଯାଇ   କ୍ଷୀତିଶଙ୍କ ମୁଣ୍ଡକୁ ପ୍ରଥମେ ଶକ୍ତ ପ୍ରହାର କରିଥିଲେ।  ଟଙ୍କା ଛଡ଼ାଛଡ଼ି ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କ୍ଷୀତିଶ ଟଙ୍କା ବ୍ୟାଗ୍ ଧରି ଦେøଡ଼ି ପଳାଇବାକୁ ଉଦ୍ୟମ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କ୍ଷୀତିଶଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ ଓ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ। ଗୁଳିମାଡରେ କ୍ଷୀତିଶଙ୍କର ଗୋଡ ଜଙ୍ଘରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସେଠାରୁ ଜେନାପଦାର କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରି ଏକ ବାଇକରେ ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଆଠଗଡ ଥାନାରେ କୌଣସି ଏତଲା ଏ ପର‌୍ୟ୍ୟନ୍ତ ଦିଆଯାଇନଥିଲେ ମଧ୍ୟ ଡାକ୍ତରଖାନା ସୁତ୍ରରୁ ଖବର ପାଇ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସବ୍ଇନ୍ସପେକ୍ଟର ଶକୁନ୍ତଳା ଦାସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି। ଆଠଗଡ ଥାନା ପକ୍ଷରୁ ନିକଟବର୍ତ୍ତୀ ଅନ୍ୟ ଥାନା ଗୁଡିକୁ ଏସଂପର୍କରେ ସୂଚନା ଦିଆଯାଇ ସଂପୃକ୍ତ ଦୁର୍ବୃତ୍ତଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଥିବା ଆଇଆଇସି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।  ତେବେ ପ୍ରକୃତରେ କେତେ ଟଙ୍କା ଲୁଟିନେଇଛନ୍ତି ତାହା ସଠିକ ଭାବେ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *