Saturday , July 31 2021
Breaking News
Home / ବିଶେଷ / ଗୁରୁତର ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଶିବିର ଦାବିକଲା ପୁନର୍ବାସ

ଗୁରୁତର ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଶିବିର ଦାବିକଲା ପୁନର୍ବାସ

କେନ୍ଦ୍ରାପଡ଼ା, ୦୪/୦୬/୨୦୨୧(ଓଡ଼ିଶା ସମାଚାର)-କୋଭିଡ ଟୀକାକରଣ କ୍ଷେତ୍ରରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କୁ ପ୍ରାଥମିକତା ଦେବା ସହ ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟୀକାକରଣ ଶିବିରର ଆୟୋଜନ କରିବା ନିମନ୍ତେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧ ମସିହା ଜନଗଣନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାରେ ୪୦ହଜାରରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ଥିବାବେଳେ ବର୍ତମାନ ସେମାନଙ୍କ ସଂଖ୍ୟା ୧ଲକ୍ଷରୁ ଉଦ୍ଧ୍ୱର୍ ହେବ । ସେଥିମଧ୍ୟରୁ ଗୁରୁତର ଭିନ୍ନକ୍ଷମ ବା ଶତକଡା ୬୦ଭାଗରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ହଜାର ପାଖାପାଖି ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ପୁନଶ୍ଚ ଟୀକାକରଣ ସମୟରେ ଅସମ୍ଭବ ଭିଡକୁ ଦୃଷ୍ଟିରେ ରଖି ଏବଂ ସେମାନଙ୍କ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରାଯାଇ ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟୀକାକରଣ ଶିବିର ସପ୍ତାହକୁ ଅନ୍ତତଃ ଥରେ ଆୟୋଜିତ କରାଯିବାକୁ ଦାବି କରାଯାଇଛି । ପୁନର୍ବାସ ପକ୍ଷରୁ ବରିଷ୍ଠ ସଦସ୍ୟ ମହମ୍ମଦ ଜାହିଦ୍ ଖାନ, ଜ୍ୟୋତି ରଞ୍ଜନ ନାୟକ, ଲଲିତେନ୍ଦୁ ପଣ୍ଡା ଓ ମନୋଜ ରାଉତ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ସେହି ଦାବିପତ୍ରର ନକଲ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ବନସ୍ମିତା ନାୟକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *