Tuesday , June 15 2021
Breaking News
Home / ବିଶେଷ / ‘ଗିଭ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନ – ରାଜ୍ୟପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

‘ଗିଭ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନ – ରାଜ୍ୟପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

କୋରାପୁଟ, ୦୧/୦୮/୨୦୧୯ (ଓଡ଼ିଶା ସମାଚାର)-ଓକ୍ରିଜ୍ ଇଂଟରନ୍ୟାସନାଲ ସ୍କୁଲ ବିଶାଖାପାଟଣାର ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ଭୁବନେଶ୍ୱରସ୍ଥିତ ରାଜଭବନଠାରେ ସାକ୍ଷାତ କରି ସେମାନଙ୍କ ‘ଗିଭ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନ ବିଷୟରେ ଅବଗତ କରିଛନ୍ତି । ଏହି ପ୍ରତିନିଧି ଦଳରେ ସ୍କୁଲ ର ବିଦ୍ୟାର୍ଥୀ ଲୀଳାଧର ମଲ୍ଲ, ତନିସା ପଟେଲ ଆଞ୍ଜେଲା ରଞ୍ଜନ, ତନୁଶ୍ରୀ ଦେବୀ, ଫୈଜାନ୍ ଖାନ୍, ଦିଲସାନ୍ ନାୟକ, ତ୍ରିଦେବ ନାୟକ ଓ ନିର୍ଦେଶ ଶ୍ରୀବାସ୍ତବ, ବିଡିଏମ ନଳିନି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କୁ ସହଯୋଗ ପ୍ରଦାନ କରିଥିଲେ ସ୍କୁଲ ର ଅଧିକାରୀ କଲ୍ୟାଣୀ ପଇଦି, ନୀଳକଣ୍ଠ ଟିକେଲା ଓ ସ୍କୁଲ୍ ନିର୍ଦେଶକ ନଲିନୀ ଶ୍ରୀବାସ୍ତବ । ଏହି ଅବସରରେ ତନିସା ପଟେଲ ଓ ଆଞ୍ଜେଲା ରଞ୍ଜନ ନିଜ ଅଭିଜ୍ଞତାକୁ ମନେ ପକାଇ କହିଥିଲେ ଯେ, ଆମ ସହର ଜୟପୁରରେ ଘାଟ ସଡ଼କ ପାଖରେ ଦୁର୍ଘଟଣା ଘଟିବା ଓ ଟ୍ରାଫିକ ଭିତରେ ଆମ୍ବୁଲାନ୍ସ ଫସି ରହିବା ମୁଁ ଦେଖିଛି । ସେହି ସମୟରେ ନଷ୍ଟ ହେଉଥିବା ପ୍ରତିଟି ମିନିଟ ଜୀବନ ଓ ମରଣ ଭିତରେ ଥିବା ଅନ୍ତରକୁ କମାଇ ଦେଇଥାଏ । ୨୦୧୯ ମାର୍ଚ୍ଚରେ ବିଶିଷ୍ଟ କ୍ରିକେଟ୍ ଖେଳାଳି ଭିଭିଏସ ଲକ୍ଷ୍ମଣ ‘ଗିଭ ୱେ ଟୁ ଆମ୍ବୁଲାନ୍ସ’ ଅଭିଯାନକୁ ଓଳ୍ରିଜ ର ବିଶାଖାପାଟଣା କ୍ୟାମ୍ପସ ଭିତରେ ଉନ୍ମୋଚନ କରିଥିଲେ । ଆନ୍ଧ୍ର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ୁଥିବା ଲୀଳାଧର ମଲ୍ଲ କହିଛନ୍ତି ଯେ, ‘ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏକ ଆମ୍ବୁଲାନ୍ସୁ ୧୫ ମିନିଟ ଭିତରେ ଘଟଣାସ୍ଥଳରେ ପହଂଚିବା ଦରକାର । ରୋଗୀଙ୍କୁ ୨୦ ମିନିଟ୍ ଭିତରେ ଡାକ୍ତରଖାନାରେ ପହଂଚାଇବା ଉଚିତ । ଓକ୍ରିଜ ଛାତ୍ରଛାତ୍ରୀଙ୍କ ଏହି ମହତ୍ୱପୂର୍ଣ୍ଣ ଅଭିଯାନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଶଂସା କରଥିେôଲ । ସେ ଛାତଛ୍ରାତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଏହି ଅଭିଯାନରେ ୧୧ ହଜାର ୩ଶହରୁ ଅଧିକ ଲୋକ ଶପଥ ପାଠ କରିଥିବା ଜାଣିବା ପରେ ରାଜ୍ୟପାଳ ବହୁତ ଖୁସି ହୋଇଥିଲେ । ଏହି ଅଭିଯାନ ଜରିଆରେ ତିନି ମାସରେ ଆନ୍ଧ୍ର ପ୍ରଦେଶ, ଓଡିଶା, ଛତିଶଗଡ ଼ଓ ଝାଡଖ଼ଣ୍ଡ ର ଲୋକଙ୍କ ପାଖରେ ପହଂଚିଛି । ପ୍ରାଥମକି ଓ ମାଧ୍ୟମକି ଶେଣ୍ରୀର ଛାତଛ୍ରାତ୍ରୀ ନିଜ ପଡୋ଼ଶୀ, ବନ୍ଧୁ ହରଜିନ ଓ ପରିବାର ପାଖରେ ପହଂଚି ଆମ୍ବଲୁାନକ୍ସୁ ରାସ୍ତା ପ୍ରଦାନ କରିବାର ଗରୁତ୍ୱ ବିଷୟରେ ଜଣାଉଛନ୍ତି । ଏହି ସମ୍ପର୍କିତ ବାର୍ତା ଥିବା ବ୍ୟାଜ ଓ କାର ଷ୍ଟିକର ପ୍ରଦାନ କରୁଛନ୍ତି । ସେହି ସମୟରେ ଅନ୍ୟ ଛାତଛ୍ରାତ୍ରୀ ଅଶୋକ ଗଜପତି ରାଜୁ, ଜୟପୁର ରାଜ ପରିବାରର ମୟଙ୍କ କୁମାରୀ ଦେଓ, ସାଂସଦ ରାମମୋହନ ନାଇଡୁ କିଞ୍ଜାରାପୁ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କୁ ଏହି ଅଭିଯାନ ବିଷୟରେ ଅବଗତ କରିଛନ୍ତି । ଏହି ଅବସରରେ କୋରାପୁଟର ଝିଅ ଅଞ୍ଜେନା ରଞ୍ଜନ ଓ ଜୟପୁରର ତାନିସା ପଟେଲ ପ୍ରମୁଖ ସାମିଲ ହୋଇଛନ୍ତି । ଶୀଘ୍ର କୋରାପୁଟ ଜିଲାରେ ଏହାକୁ ସାମିଲ କରିବାର ଯୋଜନା ରହିଛି ବୋଲି ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *