Friday , June 18 2021
Breaking News
Home / ବିଶେଷ / ଗାଁ ଗାଁ ରେ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର

ଗାଁ ଗାଁ ରେ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର

ଦାରିଙ୍ଗିବାଡ଼ି,୦୧/୦୮/୨୦୧୯ ( ଓଡ଼ିଶା ସମାଚାର)-ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ୪ର୍ଥ ଦିନରେ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଓ ବୁଡ଼ାଗୁଡ଼ା ଛଳରେ ଲାଲ ବ୍ୟାନର ଓ ପୋଷ୍ଟର ଲାଗିଛି । ପୋଲିସ ସେଗୁଡ଼ିକୁ ଜବତ କରିଛି । ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିବାବେଳେ ବୁଡ଼ାଗୁଡ଼ା ଛକରେ ଲାଗିଥିବା ମାଓ ବ୍ୟାନର ଓ ପୋଷ୍ଟର ଜବତ କରିଥିଲା । ସକାଳେ ସିମନବାଡ଼ି ପଂଚାୟତ ନିକଟ ଏକ ଦୋକାନ ବାରଣ୍ଡାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା । ଜବତ ପୋଷ୍ଟର ଓ ବ୍ୟାନରରେ ଗାଁ ଗାଁ ରେ ସହିଦ ସପ୍ତାହ ପାଳନ କରନ୍ତୁ, ଶତୃ ଉପରେ ପ୍ରତି ଆକ୍ରମଣ କରି ସହିଦ ସାଥିଙ୍କ ହତ୍ୟାର ବଦଲା ନିଅନ୍ତୁ ,ଶତୃର ଫାସିବାଦୀ ଆକ୍ରମଣ ସମା଼ଧାନରେ ଯୋଜନାକୁ ପରାସ୍ତ କରନ୍ତୁ । ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଦୀର୍ଘ କାଳିନ ଜନ ଯୁଦ୍ଧ୍ୟକୁ ତୀବ୍ର କରନ୍ତୁ, ଜନ ମୁକ୍ତି ଛାପାମାରା ରସନା ଜିନ୍ଦାବାଦ । ସିପିଆଇ (ମାଓବାଦୀ) ଜିନ୍ଦାବାଦ ଓ ବାରୁନା ଡ଼ିଭିଜନାଲ କମିଟି ଆଦି ଲେଖା ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *