Sunday , June 13 2021
Breaking News
Home / ବିଶେଷ /  “ଗାଁ କୁ ସୁନ୍ଦର ଗଛ” ଅଭିଯାନ ଉଦଘାଟିତ

 “ଗାଁ କୁ ସୁନ୍ଦର ଗଛ” ଅଭିଯାନ ଉଦଘାଟିତ

ନିରାକାରପୁର, ୦୧/୦୯/୨୦୧୯(ଓଡ଼ିଶା ସମାଚାର)-  ସାମାଜକି ଓ ସାଂସ୍କତୃ କି ଅନଷ୍ଠୁାନ “ନୂଆଗଡ  ସ୍ୱୟଂ ସେବକ ସଂଘ ପକ୍ଷରୁ ଟାଙ୍ଗୀବ୍ଲକ ଅନ୍ତର୍ଗତ ହରିପୁର ଠାରେ “ଗାଁ କୁ ସୁନ୍ଦର ଗଛ” ଅଭିଯାନ ଉଦଘାଟିତ ହୋଇଯାଇଛି । ଏହି  ଅବସରରେ ଆୟୋଜତି ସଭାରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ  ତଥା ପ୍ରେରଣା ଅନୁଷ୍ଠାନର ସଭାପତି ଡ଼ଃ ଦିଲିପ  ଶ୍ରୀ ଚନ୍ଦନ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ‘ଗଛ’ ମଣିଷ ଓ ଜୀବଜଗତର ପରମ ବଂଧୁ । ଆମେ ହୁଏତ ଖାଦ୍ୟ ନଖାଇ, ପାଣି ନପିଇ କେତେଦିନ ବଂଚିପାରିବା  । କିନ୍ତୁ ଗଛ ଦେଉଥିବା ଅମ୍ଳଜାନ ବିନା ମୁହୁର୍ତେ ବଂଚିପାରିବା ନାହିଁ ।  ତେଣୁ ବେଦ ଠାରୁ ବିଜ୍ଞାନ ପର୍ଯ୍ୟନ୍ତ ସର୍ବତ୍ର ଗଛ ଲଗାଇବା ଉପରେ ଗୁରୁତ୍ୱ ପ୍ରଦାନ  କରାଯାଇଛି ବୋଲି  ସେ କହିଥିଲେ ।  “ନୂଆଗଡ଼ ସ୍ୱୟଂ ସେବକ ସଂଘର ସଭାପତି ସନ୍ତୋଷ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଦିଲୀ ଗୁଂଜ” ଅନୁଷ୍ଠାନର ସଂଯୋଜକ ସୁରେଶ କୁମାର ସମ୍ମାନୀତ ଅତିଥି ରୂପେ ଯୋଗଦେଇ କହିଲେ ଗାରଁ ଶୋଭାବର୍ଦ୍ଧନ କରିଥାଏ ଗଛ । ଗାଁମୁଣ୍ଡରେ ଥିବା ବିରାଟକାୟ ବର, ଓସ୍ତ ଗଛ ମୂଳେ ଗାଁ ଗ୍ରାମଦେବତୀ ପୂଜା ପାଆନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତିବଂଧୁ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ସମାଜସେବୀ ଆଶିଷ ବରସିଲ, ପ୍ରଦୋଷ ହରିଚନ୍ଦନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ବୃକ୍ଷ ରୋପଣର ଉପକାରିତା  ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ଅତିଥିମାନେ ତଥା ନୂଆଗଡ଼ ସ୍ୱୟଂ ସେବକ ଅନୁଷ୍ଠାନର ସଭ୍ୟ, ସଭ୍ୟାମାନେ ହରିପୁରରୁ ଓ ରାଉତପଡା଼ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା  କରିଥିଲେ ଅନୁଷ୍ଠାନର ସଦସ୍ୟ ମାନସ କୁମାର ଜେନା, ଦେବାଶିଷ ଗଜେନ୍ଦ୍ର, ସନ୍ତୋଷ ମାନସିଂହ ପ୍ରମୁଖ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *