Sunday , August 1 2021
Breaking News
Home / ବିଶେଷ / ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅୟୋଜିତ ଶ୍ରଦ୍ଧାଞ୍ଜାଳୀ କାର୍ଯ୍ୟକ୍ରମରେ ମହମବତୀ ଜାଳି ୨ ମିିନିଟ ନିରବ ପ୍ରାର୍ଥନା କରାଯିବା ସହ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଅବସରରେ ଚୀନର ବିସ୍ତାରବାଦ ନୀତିକୁ ତୀବ୍ର ନିନ୍ଦା କରାଯିବା ସହିତ ଭାରତୀୟମାନେ ଚୀନ ସାମଗ୍ରିକୁ ବର୍ଜନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଗଲଓା୍ୱନ ଶହୀଦଙ୍କ ବଳିଦାନ ଅନ୍ୟମାନଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅନୁଷ୍ଠାନର ମିଡିଆ ସଂଯୋଜକ ବୀରେନ୍ଦ୍ର ଦାସ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ମାତୃଦତ ମହାନ୍ତି, ସିତାକାନ୍ତ ଜେନା, ଯଦୁମଣୀ ନାୟକ, ମଳୟ ସାହୁ, ବିକାଶ ସ୍ୱାଇଁ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ଗତ ୨୦୨୦ ମସିହା ଜୁନ ମାସ ୧୫ ତାରିଖରେ ଗଲୱାନ ଘାଟିରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *