Sunday , August 1 2021
Breaking News
Home / ବିଶେଷ / ଗରୀବ ଅସହାୟା ମହିଳାଙ୍କୁ ପାଲ ଯୋଗାଣ

ଗରୀବ ଅସହାୟା ମହିଳାଙ୍କୁ ପାଲ ଯୋଗାଣ

କେନ୍ଦ୍ରାପଡ଼ା, ୦୩/୦୭/୨୦୨୧(ଓଡ଼ିଶା ସମାଚାର)- ଜଣେ ଅସହାୟା ଗରୀବ ମହିଳାଙ୍କୁ କେନ୍ଦ୍ରାପଡା ପଂଚାୟତ ସମିତି ପକ୍ଷରୁ ଏକ ଜରିପାଲ ଯୋଗାଇ ଦିଆଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ଗ୍ରାମର ଗୋବରୀ କେନାଲକୂଳରେ ଏକ ଅସ୍ଥାୟୀ ଚାଳଛପର ଘରେ ରହୁଥିବା  ଅସହାୟା ମହିଳା ମଞ୍ଜୁଲତା ବାରିକଙ୍କୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଓ ସରପଂଚ ବସନ୍ତ କୁମାର ରାଉତ ଏକ ଜରିପାଲ ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କୁ ଭତା ଯୋଗାଇ ଦିଆଯିବା ସହିତ ସରକାରଙ୍କ ଆବାସ ଯୋଜନାରେ ଏକ ପକ୍କାଗୃହ ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟାଦେଶ ଯୋଗାଇ ଦିଆଯାଇଥିବା ବିଡିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *