Thursday , June 24 2021
Breaking News
Home / କୃଷି / ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ପାଟକୁରା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ମିଶନ ଶକ୍ତି ଓ ୱାର୍ଲ୍ଡ ଫିସ ସହଯୋଗରେ ଆଜି ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବ୍ଲକ୍ ଆତ୍ମା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରକୁ  କେନ୍ଦ୍ରାପଡ଼ା ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଦିଲିପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶିବିରରେ  ଜିଲା ମତ୍ସ୍ୟ ଅଧିକାରିଣି ମମତା ମୟୀ ମହାପାତ୍ର , ପ୍ରଶିକ୍ଷକ ସୌରଭ ବିଶ୍ୱାଳ,  ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି,  ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ରବିନ୍ଦ୍ର ସାହୁ , ଅତିରିକ୍ତ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ଲକ୍ ର ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର  ସଭାନେତ୍ରୀ ଓ ସମ୍ପାଦିକାମାନେ ଉପସ୍ଥିତ ଥିଲେ ।  ଶିବିରକୁ  ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀ ଧର ବେହେରା ଉଦଘାଟନ କରିଥିଲେ । ସରକାର ମିଶନଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କଥା ମୁଖ୍ୟ ଅତିଥି ସୂଚନା ଦେଇଥିଲେ ।  ଯାହାଫଳରେ ସମାଜରେ ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି  ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିଛି । ଜିଲାମତ୍ସ୍ୟ ଅଧିକାରିଣୀ ମମତା ମୟୀ ମହାପାତ୍ର ସୂଚନା ଦେଇଥିଲେ ଯେ  ସରକାର ମହିଳା ମାନଙ୍କ ଉତ୍ଥାନ ପାଇଁ ମିଶନ ଶକ୍ତି ଯୋଜନାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ।  ସ୍ୱୟଂ ସହାୟିକା ଗୋଷ୍ଠିର ସମସ୍ୟା ମାନେ ମାଛ ଚାଷ କଲେ  ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ଓ ସେମାନଙ୍କ ପରିବାର ପରିଚାଳନାରେ ତାଙ୍କର ପ୍ରମୁଖ ଭୁମିକା ରହିବବୋଲି ସେ କହିଥିଲେ । ଏଥିପାଇଁ ମହିଳା ଗୋଷ୍ଠି ମାନଙ୍କୁ  ଗ୍ରାମ ପଂଚାୟତ ଅଧିନରେ ଥିବା ପୁଷ୍କରିଣୀକୁ ୩ ବର୍ଷ ଲାଗି ନିଲାମ ଭିତିରେ ପ୍ରଦାନ କରାଯିବ ।  ଫଳରେ ସେମାନେ ଏହି ପୁଷ୍କରିଣୀରେ ମାଛ ଚାଷ କରିପାରିବେ ।  ମାଛ ଚାଷ ରେ ସେମାନେ ଯେତିକି ଅର୍ଥ ବିନିଯୋଗ କରିବେ ,ସରକାର ତାହା ଉପରେ ଶତକଡ଼ା ୬୦ ଭାଗ ସହାୟତା ଯୋଗାଇ ଦେବେ ବୋଲି ସେ କହିଥିଲେ । ଏଣୁ ଆଧୁନୀକ ଜ୍ଞାନ କୌଶଳ ପ୍ରୟୋଗ କରି ମାଛ ଚାଷ କରିବାକୁ ସେ ମହିଳା ଗୋଷ୍ଠି ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ମହୁରାଳି ମାଛର ଚାହିଦା ସବୁଠାରୁ ଅଧିକ ଥିବାରୁ ଏହି ଚାଷ ଉପରେ ସେ ଗୁରୁତ୍ୱ ଦେଇଥିଲେ ।  ମାଛ ଚାଷ ହେଉଥିବା ପୋଖରୀ ରେ ରାସାୟନିକ ସାର, ଚୂନ ଇତ୍ୟାଦି ସଠିକ ପରିଚାଳନା କରିବାକୁ  ପ୍ରଶିକ୍ଷକ ସୌରଭ ବିଶ୍ୱାଳ ପରାମର୍ଶ ଦେଇଥିଲେ ।  ମହିଳାମାନେ ମାଛ ଚାଷରେ ଧ୍ୟାନ ଦେଲେ ସେମାନଙ୍କର ପରିବାର ଭରଣ ପୋଷଣ ହେବାରେ ଏହା ସହାୟକ ହେବ ବୋଲି ସେ କହିଥିଲେ ।  ବିଭିନ୍ନ ସମୟରେ ସେ ମାଛ ଚାଷ ପୋଖରୀ ଗୁଡ଼ିକ ପରିଦର୍ଶନ କରି ଆବଶ୍ୟକ ପରାମର୍ଶ ଯୋଗାଇ ଦେବେ ବୋଲି ମଧ୍ୟ ସେ ପ୍ରତିଶୃତି ଦେଇଥିଲେ ।  ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିକୁ ଗ୍ରାମ ପଂଚାୟତ ପୋଖରୀ ଗୁଡ଼ିକୁ ନିଲାମ ଆକାରରେ ଯୋଗାଇ ଦିଆଯିବ ଓ ସେମାନେ ସେଥିରେ ମାଛ ଚାଷ କରିପାରିବେ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ସୂଚନା ଦେଇଥିଲେ ।   ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *