Sunday , June 13 2021
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ହଡ଼ପ ସମ୍ପର୍କିତ ଧାରଣା ପ୍ରତ୍ୟାହୃତ

ଗରଦପୁର ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ହଡ଼ପ ସମ୍ପର୍କିତ ଧାରଣା ପ୍ରତ୍ୟାହୃତ

ପାଟକୁରା,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନ ଗରଦପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ହଡ଼ପ ହୋଇଥିବା ଅଭିଯୋଗ କରି କଳାବୁଦା ଗ୍ରାମର ମିନତୀ ପଣ୍ଡା ଆଜି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାଣାରେ ବସିଥିଲେ । ସୂଚନା ମୁତାବକ ଗରଦପୁର ଗ୍ରାମର ଜଣକ ଘରେ କାମଧନ୍ଦା କରୁଥିବା ଦମୟନ୍ତୀ ନାୟକ , ପିତା ରାମଚନ୍ଦ୍ର ନାୟକ ସା- ଗରଦପୁର ଙ୍କ ନାମରେ କୌଣସି ଘରବାଡ଼ି ଯାଗା ନଥିବା ସତ୍ୱେ ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ମଂଜୁର ହୋଇଛି । କାର୍ଯ୍ୟାଦେଶ ନଂ ୨୫୦/୨୦୧୬- ୧୭ ରେ ଦମୟନ୍ତୀଙ୍କୁ ଘର ମଂଜୁର କରାଯାଇଛି । ଏହି ଘରକୁ ମଧ୍ୟ ଭଡ଼ା ଦିଆଯାଇଛି । ଏହା କିପରି ସମ୍ଭବ ହେଲା ସେ ବାବଦରେ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସରକାରୀ ଅର୍ଥ ଫେରସ୍ତ କରିବା ଦାବିରେ ମିନତୀ ପଣ୍ଡା ଧାରଣାରେ ବସିଥିଲେ । ଆଜି ପଂଚାୟତ ସମିତି ବୈଠକ ଥିବାରୁ ବିଧାୟିକା ସାବିତି୍ର ଅଗ୍ରୱାଲ ବୈଠକରେ ଯୋଗଦେବାକୁ ଆସିଥିବାବେଳେ ଏହି ଖବର ପାଇ ମିନତୀ ପଣ୍ଡାଙ୍କୁ ଧାରଣାରୁ ଉଠାଇଥିଲେ ଓ ଏ ସଙ୍କ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶଡତି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *