Sunday , June 20 2021
Home / ଶିକ୍ଷା / ଗରଦପୁର ବ୍ଲକ୍ ରେ ପରୀକ୍ଷା  ଆରମ୍ଭ

ଗରଦପୁର ବ୍ଲକ୍ ରେ ପରୀକ୍ଷା  ଆରମ୍ଭ

ଗରଦପୁର,୦୧/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଆଜି ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଷଢ଼ମାସିକ ପରୀକ୍ଷା ଆରମ୍ଭ କରାଯାଇଛି । ଆଜି ବ୍ଲକ୍ ରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୭୫୨ ସରକାରୀ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଥିବାବେଳେ ୭୫୯୫ ଜଣ ଛାତ୍ର ଛାତ୍ରୀ ଆଜି ପରୀକ୍ଷା ଦେଇଥିବା ଗରଦପୁର ଏବିଇଓ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି ।  ସରକାରଙ୍କ ତରଫରୁ ପ୍ରତି ବ୍ଲକ୍ କୁ ଛାତ୍ର ଛାତ୍ରୀଙ୍କ ଅନୁପାତରେ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ ।   କିନ୍ତୁ ଆଜି ୧ମ ଦିନରେ ପରୀକ୍ଷା ରେ କିଛି ବିଭ୍ରାଟ ହୋଇଥିବାର ଦେଖାଯାଇଥିଲା ।  ବିଭିନ୍ନ ସର୍କଲକୁ ସିଆରସିସି ମାନଙ୍କ ଜରିଅ÷ାରେ ବିଭିନ୍ନ ପଶ୍ନପତ୍ର ପଠାଯାଇଥିଲେ ମଧ୍ୟ ସମ୍ପୃକ୍ତ ସର୍କଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ପ୍ରଶ୍ନପତ୍ର ପଠାଯାଇନଥିବାରୁ ଆଜି ବିଭିନ୍ନ ବିଦ୍ୟାଳୟରେ ପ୍ରଶ୍ନପତ୍ର ନିଅଂଟ ଥିବା ଦେଖାଯାଇଥିଲା ।  ୧ମ ରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ ଥିବାବେଳେ  ୬ଷ୍ଠ ରୁ ୮ମ ଶ୍ରେଣୀ ପାଇଁ ଇତିହାସ ଓ ଭୂଗୋଳ ଥିଲା ।  ନଇନ୍ଦିପୁର ସ୍ୱୁଲ ରେ ୩୬ ଭୁଗୋଳ ପ୍ରଶ୍ନପତ୍ର କମ୍ ଥିବା ଦେଖାଯାଇଥିଲା ।  ସେହିପରି  କଳାବୁଦା ହାଇସ୍କୁଲ ରେ ୮୪ ଟି ଭୁଗୋଳ ପ୍ରଶ୍ନପତ୍ର କମ୍ ରହିଥିଲା । ଯାହାଫଳରେ ଶିକ୍ଷକମାନେ ପ୍ରଶ୍ନପତ୍ରକୁ ଜେରକ୍ସ କରି ପରୀକ୍ଷା ପରିଚାଳନା କରିଥିଲେ । ଏହିପରି ବିଭିନ୍ନ ବିଦ୍ୟାଳୟରେ ପ୍ରଶ୍ନପତ୍ର ନିଅଂଟକୁ ନେଇ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖାଦେଇଥିଲା । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *