Tuesday , August 3 2021
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ଅଂଚଳରେ ଶାରଦୀୟ ଦୂର୍ଗାପୂଜା

ଗରଦପୁର ବ୍ଲକ୍ ଅଂଚଳରେ ଶାରଦୀୟ ଦୂର୍ଗାପୂଜା

ପାଟକୁରା, ୦୫/୧୦/୨୦୧୯ (ଓଡ଼ିଶା ସମାଚାର)- ଗଦେପୁର ବ୍ଲକ୍ ର ବିଭିନ୍ନ ଗ୍ରାମରେ ପୂଜା ମଣ୍ଡପ ଗୁଡ଼ିକରେ ଶାରଦୀୟ ଦୂର୍ଗାପୂଜା ଗତକାଲି ଠାରୁ ଆରମ୍ଭ ହୋଇଛି । ମା ଦୂର୍ଗାଙ୍କ ମୃଣ୍ମୟ ମୂର୍ତି ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗ ବେରଙ୍ଗର ଆଲୋକ ସଜାରେ ବେଶ ଆକର୍ଷଣିୟ ହୋଇଛି । ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଉଦ୍ୟୋକ୍ତା ମାନଙ୍କ ତରଫରୁ ବିଭିନ୍ନ ମଣ୍ଡପରେ ଆୟୋଜନ କରାଯାଇଥିବା ଭଜନ କୀର୍ତନ ପାଲା ପରିବେଷଣ ପରିବେଶକୁ ବେଶ ଉତ୍ସବ ମୁଖରିତ କରି ତୋଳିଛି । ଗରଦପୁର ବ୍ଲକ୍ ର ହୁରାସାହି ଠାରେ ମା ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି । ସେହିପରି ଗଜିପୁର, ବଡ଼ ବେତ୍ରା, ନାଗଣପୁର, ଅର୍ଜୁନପୁର,ଶବଳସିଂହପୁର, ଅରିଲୋ, କୋରୁଆ ଗାର୍ଲସ ହାଇସ୍କୁଲ ପାଖ, ହରିପୁର, ଭଦକମଳ, ତିକନପୁର, କଉଡ଼ିଅବରେଇ, ପାଟକୁରା , ଲେଖନପଡ଼ା, ଗରଦପୁର, ଭଦାଳ, ମଦନା, ବିଚଣା, ତେଣ୍ଡାକୁଡ଼ା ର ୩ ଟି ସ୍ଥାନରେ , ପଳସୁଧା, ବନ୍ତଳା, ପୁଣ୍ଡିଲୋ, କଳାବୁଦାର ୪ ଟି ସ୍ଥାନରେ ମା ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପାଟକୁରା ପୋଲିସ ସମସ୍ତ ପୂଜା ମଣ୍ଡପ ଗୁଡ଼ିକ ଉପରେ ନଜର ରଖିଛି । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *