Thursday , August 5 2021
Breaking News
Home / ଶିକ୍ଷା / ଗରଦପୁର : ଆଦର୍ଶ ବିଦ୍ୟାଳୟ ନିର୍ମାଣ ରେ ଅହେତୁକ ବିଳମ୍ବ

ଗରଦପୁର : ଆଦର୍ଶ ବିଦ୍ୟାଳୟ ନିର୍ମାଣ ରେ ଅହେତୁକ ବିଳମ୍ବ

ଗରଦପୁର, ୨୪/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍ ରେ ଗୋଟିଏ ଲେଖା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ସେଥିପାଇଁ ଗରଦପୁର ତହସିଲ ପକ୍ଷରୁ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରାଯାଇଥିଲା । ତହସିଲ କାର୍ଯ୍ୟାଳୟ ର ୨ କିମି ଅନତି ଦୂରରେ ଥିବା ପରକଣା ଠାରେ ୧୦ ଏଳର ଜମି ଚିହ୍ନଟ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ପାଇଁ ଗରଦପୁର ତହସିଲ ତରଫରୁ ଏହି ଜମିକୁ ଶିକ୍ଷା ବିଭାଗକୁ ମଧ୍ୟ ହସ୍ତାନ୍ତର କରାଯାଇଥିଲା । ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିନାହିଁ । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ ପାଉଛି । ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ଆବାସିକ ଗୃହରେ ରହିବା. ପୋଷାକ ପରିଛଦ , ପୁସ୍ତକ ସହିତ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ସହିତ ଶାରୀରିକ ଦକ୍ଷତା ଓ ବୌଦ୍ଧିକ ବିକାଶ ସୁଯୋଗ ସୃଷ୍ଟି କରାଯିବା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାରେ ଲକ୍ଷ ଥିଲା । ହେଲେ ଅନ୍ୟ ବ୍ଲକ୍ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା କରାଯାଇ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ଗରଦପୁର ବ୍ଲକ୍ ରେ ଆଜି ସୁଦ୍ଧା ତାହା ହୋଇପାରିନାହିଁ । ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ପରୀକ୍ଷାରେ  ଇଫକୋ ପାରାଦ୍ୱୀପ ଡିଏଭି ସ୍କୁଲ ର କୃତିତ୍ୱ

ପାରାଦ୍ୱୀପ ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ସ୍ଥିତ ଇଫକୋ ଡିଏଭି ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ର୍ରୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) …

Leave a Reply

Your email address will not be published. Required fields are marked *