Tuesday , August 3 2021
Breaking News
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨,୦୬୯ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧,୫୬୨ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦୪ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୨ଜଣ, ବରଗଡ଼ ଜିଲ୍ଲାରୁ ୫୦ଜଣ, ଭଦ୍ରକ ଜିଲ୍ଲାରୁ ୧୭୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୬ଜଣ, ବୌଦ୍ଧ ଜିଲ୍ଲାରୁ ୮୪ଜଣ, କଟକ ଜିଲ୍ଲାରୁ ୪୩୮ଜଣ, ଦେଓଗଡ଼ ଜିଲ୍ଲାରୁ ୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧୪ଜଣ, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୭ଜଣ, ଜଗତସିଂହପୁର ଜିଲ୍ଲାରୁ ୯୨ଜଣ, ଯାଜପୁର ଜିଲ୍ଲାରୁ ୩୦୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୧ଜଣ, କନ୍ଧମାଳ ଜିଲ୍ଲାରୁ ୪୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୦ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦୬ଜଣ, କୋରାପୁଟ ଜିଲ୍ଲାରୁ ୮୦ଜଣ, ମାଲକାନାଗିରି ଜିଲ୍ଲାରୁ ୫୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୮ଜଣ, ନୟାଗଡ଼ ଜିଲ୍ଲାରୁ ୧୦୬ଜଣ, ନୂଆପଡ଼ା ଜିଲ୍ଲାରୁ ୧୯ଜଣ, ପୁରୀ ଜିଲ୍ଲାରୁ ୧୯୯ଜଣ, ରାୟଗଡ଼ା ଜିଲ୍ଲାରୁ ୭୯ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ଜଣ, ସୋନପୁର ଜିଲ୍ଲାରୁ ୫୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩ଜଣ, ଷ୍ଟେଟ୍ ପୁଲ୍ ରୁ ୬୪ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ଜଣ ରହିଥିବା ବେଳେ କଟକ, ଝାରସୁଗୁଡା. ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡିରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ସୋନପୁରରୁ ୨ ଲେଖାଏଁ ରହିଛନ୍ତି । ବରଗଡ, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୪୭୧କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ .୬୬,୬୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୭୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୩୪୭୧ଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।ଆଉ ୪୫୮୦୯ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୨୮୯୯୮୫୫ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ , ୬୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *