Tuesday , June 15 2021
Breaking News
Home / ବିଶେଷ / ଗତକାଲି ଜଗତସିଂହପୁର ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୦୦ଜଣ ଓଡିଆ ପ୍ରବାସୀ

ଗତକାଲି ଜଗତସିଂହପୁର ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୦୦ଜଣ ଓଡିଆ ପ୍ରବାସୀ

ଜଗତସିଂହପୁର୧୯/୫/୨୦୨୦ ( ଓଡ଼ିଶା ସମାଚାର)- ଗତକାଲି ମେଁ ୧୮ତାରିଖ ଓ  ଆଜି ୧୯ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୭୦୦ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଂଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ ୮୯ଜଣ,ଜଗତସିଂହପୁର ବ୍ଲକକୁ ୭୭ଜଣ,ଜଗତସିଂହପୁର ପୈାର ପରିଷଦକୁ ୨୧ଜଣ,ବାଲିକୁଦା ବ୍ଲକକୁ୧୯୦ଜଣ,କୁଜଙ୍ଗ ବ୍ଲକକୁ୪୬ ଜଣ,ଏରସମା ବ୍ଲକକୁ୧୦୫ ଜଣ,ତିର୍ତୋଲ ବ୍ଲକକୁ ୯୦ଜଣ,ରଘୁନାଥପୁର ବ୍ଲକକୁ ୪୯ଜଣ,ବିରିଡି ବ୍ଲକକୁ ୩୩ଜଣଙ୍କୁ ପଠାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା,ରହଣୀର ସୁବନ୍ଦୋବସ୍ତ କରାଯାଇଛି । ମେଁ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଥଲା ଏବଂ ଗତକାଲି ଆଉ ୩୦ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ ୧୬ ତାରିଖରେ ସଂଗୃହିତ ୧୫୧ ସ୍ୱାବ ରିପୋର୍ଟ ମଧ୍ୟରୁ ୧୪୮ଟିର ରିପୋର୍ଟ ନେଗେଟିଭ୍ ଆସିଅଛି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଗତ ୩ ତାରିଖ ଠାରୁ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲ୍ାକୁ ୪୮୬୨ ଜଣ ପ୍ରବାସୀ ଓଡିଆ ଆସିଛନ୍ତି । ଜଗତସିଂହପୁର ଜିଲ୍ଲ୍ାର ପୂର୍ବର ସମସ୍ତ ୫ ପଜିଟିଭ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ବୋଲି ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ଏତଦବ୍ୟତିତ ଗତକାଲି ଆଉ ୨୦ଜଣ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ନାଉଗାଁ ବ୍ଲକର ୧୯ଜଣ ଓ କୁଜଙ୍ଗ ବ୍ଲକର ୧ଜଣ ଅଛନ୍ତି । ଚିହ୍ନଟ ୨୦ଜଣଙ୍କ ମଧ୍ୟରୁ ୧୯ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି ।  ସମସ୍ତ ଚିହ୍ନଟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ୨୦ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କିମ୍ସ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଅଛି ବୋଲି ଜିଲ୍ଲ୍ାପାଳ ପ୍ରକାଶ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାରେ ଆଉ ୩ଟି ପଜିଟିଭ୍ କେସ୍ ବାହାରିଛି ଓ ଏହି ସମସ୍ତ ପଜିଟିଭ୍ ଆକ୍ରାନ୍ତ ବାଲିକୁଦା ଅଂଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *