Tuesday , August 3 2021
Breaking News
Home / ବିଶେଷ / ଗଣମାଧ୍ୟମ କେତେ ବିଶ୍ୱାସନୀୟ ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ

ଗଣମାଧ୍ୟମ କେତେ ବିଶ୍ୱାସନୀୟ ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ

ମାହାଙ୍ଗା,୦୧/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ଦ୍ୱାରା ସମାଜର ବୃହତ୍ତରସ୍ୱାର୍ଥ ସାଧିତ ହୋଇଥାଏ । ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ବର୍ଗର ମଣିଷ ମାନଙ୍କ ଅଧିକାର ପାଇଁ, ସାମ୍ବାଦିକ ମାନେ ଆଗଭର ହେବାକୁ ଆଜି ମାହାଙ୍ଗା ପ୍ରେସକ୍ଲବର ବାର୍ଷିକ ଆଲୋଚନା ଚକ୍ରରେ ଯୋଗଦେଇଥିବା ଅତିଥି ମାନେ ମତପୋଷଣ କରିଥିଲେ । ସାମ୍ବାଦିକତା ବୃତ୍ତି ଭିତରେ ସମାଜପାଇଁ ଆମେ କେତେ ଉତ୍ତରଦାୟୀ ହୋଇ ପାରିଛେ, ଏହି ପ୍ରସଙ୍ଗ ଉପରେ ବହୁ ପ୍ରବୀଣ ଓ ନବୀନ ସାମ୍ବାଦିକ ବକ୍ତବ୍ୟ ପ୍ରଦାନ କରିଥିଲେ ଶୁଭ୍ରାଜ୍ୟୋତି ଭୂୟାଁଙ୍କ ସୁଲଳିତ କଣ୍ଠରୁ ଝରି ପଡ଼ୁଥିବା ମଙ୍ଗଳ ସଂଗୀତର ମୂର୍ଚ୍ଛନାରେ ନବବର୍ଷକୁ ସ୍ୱାଗତ କରାଯାଇଥିଲା ।
କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ କଟକ ସଦର ପ୍ରେସକ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର,ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ୟ୍ୟ, ମାହାଙ୍ଗା ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ,ବିଜୟ କୁମାର ଜେନା, ରମେଶ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,ପ୍ରିୟବ୍ରତ ପଣ୍ଡା, ଧୀରେନ୍ଦ୍ର ସାହୁ, ଅଜୟ ଦାସ, ସେକ ଜାଭେଦ ଓ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦେଇ ସାମାଜିକ ମୂଲ୍ୟବୋଧ ବଜାୟ ରଖିବା ସହିତ ନୀରପେକ୍ଷ ଖବର ପରିବେଷଣ ପାଇଁ ଆହ୍ୱାନ ଦେଇଥିଲେ । ସଭା ପ୍ରାରମ୍ଭରେ ଜାତୀୟ ସାମ୍ବାଦିକ ୟୁନିୟନ ଉପସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ସାମ୍ବାଦିକ ଧନେଶ୍ୱର ସେଠୀ, ଯଯାତି ସିଂହ,ହରିହର ସାହୁ, ଅଚ୍ୟୁତାନନ୍ଦ ନାୟକ, ବସନ୍ତ ସାମଲ,ସୁରେଶ ବଳ, ମହେଶ୍ୱର ବେହେରା, ଦିବାକର ରାଉତ,ସଂଯୁକ୍ତ ସାହୁ, ରଞ୍ଜନ ବାରିକ,ଅରୁଣ ଲେଙ୍କା, ପ୍ରଦୀପ୍ତ ମହାରଣା,ଅଶୋକ ପ୍ରହରାଜ,ଅନିଲ ଲେଙ୍କା, ଭାଗ୍ୟଧର ସାହୁ, ଭାଗବତ ମହାରଣା,ସ୍ୱଦେଶ ଜେନା,ଅରବିନ୍ଦ ମହାନ୍ତି, ନିହାର ସାମଲ, ଅକ୍ଷୟ ଗୋଛାୟତ ଏବଂ ଚକ୍ରଧର ରାଉତ ପ୍ରମୁଖ ପରିଚାଳନା କରିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *