Monday , June 21 2021
Breaking News
Home / ତାଜା ଖବର / ଗଞ୍ଜେଇଭର୍ତିି ଟ୍ରକ୍ ଓ କାର୍ ଜବତ , ୪ ଗିରଫ

ଗଞ୍ଜେଇଭର୍ତିି ଟ୍ରକ୍ ଓ କାର୍ ଜବତ , ୪ ଗିରଫ

ମାଲକାନଗିରି, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଶନିବାର ପୃଥକ୍ ପୃଥକ୍ ଘଟଣାରେ ୧୦ କ୍ୱିଂଟାଲ ୬୨ କିଲୋଗ୍ରାମ ଗଞ୍ଜେଇ ସହ ଏକ ଟ୍ରକ ଓ କାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠୀଙ୍କ ନେତୃତ୍ୱରେ ପଦ୍ମଗିରିରୁ ଦିଲ୍ଲୀ ଯାଉଥିବା ଏକ ଟ୍ରକକୁ ସୀମାନ୍ତ ଛତିଶଗଡ଼ ଟିଟିବେରିଠାରେ ଅଟକାଇ ଯାଂଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜାଣି ଉକ୍ତ ଟ୍ରକକୁ ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ମାଲକାନଗିରି ଜିଲ୍ଲା ଏମ୍ଭି ୮୩ଗ୍ରାମର ଉତମ ଦାସଙ୍କୁ ଗିରଫ କରାଯାଇଥିବା ବେଳେ ସେହି ସମୟରେ ଅନ୍ୟ ଏକ କାର ଯାଂଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ପରେ ଉକ୍ତ କାରକୁ ମଧ୍ୟ ଜବତ କରି ଏଥିରେ ସମ୍ପୃୃକ୍ତ ଉତର ପ୍ରଦେଶର ଫରମାନ, ମମତାଜ ଏବଂ ସଫିକଙ୍କୁ ଗିରଫ କରାଯାଇଛି । ତେବେ ଏହି ଦୁଇଗୋଟି ଗାଡ଼ିରେ ଥିବା ମୋଟ ୧୦ କ୍ୱିଂଟାଲ ୬୨ କେଜି ଗଞ୍ଜେଇ ଜବତ କରାଯାଇ ଏହି ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ବେଳେ ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଏହି ଚଢ଼ଉରେ ସବ୍ଇନିସ୍ପେକ୍ଟର ଏମ୍.ଏମ୍. ଧାଙ୍ଗଡ଼ାମାଝିଙ୍କ ସହ ଅମର ମହାପାତ୍ର, ରାଜୁ ଖିତି, ବିପୁଲ ଜଦ୍ଦାର, ଜ୍ଞାନ ସାହୁ, ଗୋବିନ୍ଦ ହନ୍ତାଳ, ଦିଲିପ କୁମାର ନାୟକ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *