Sunday , June 13 2021
Breaking News
Home / ବିଶେଷ / ଗଜଲକ୍ଷ୍ମୀଙ୍କ ପୂଜାରେ ପାଟକୁରା ଅଂଚଳ ଚଳଚଂଚଳ   

ଗଜଲକ୍ଷ୍ମୀଙ୍କ ପୂଜାରେ ପାଟକୁରା ଅଂଚଳ ଚଳଚଂଚଳ   

ଗରଦପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ମା’ଗଜଲକ୍ଷ୍ମୀଙ୍କ ପୂଜା ପାଇଁ  ପାଟକୁରା ଅଂଚଳ ଉତ୍ସବମୂଖର ହୋଇପଡିଛି । ଏ ନେଇ ବିଭିନ୍ନ ଗାଁ ଗଣ୍ଡା ଉତ୍ସବ ମୂଖର ହୋଇଉଠିଛି ।  ପାଟକୁରା, ଜଗଦ୍ଧଳପୁର, ବେଡାରୀ, କିଣିଲୋ ଛକ, ମଦନା, କୋଡ଼ପଲା, କୋରୁଆ, ବଙ୍ଗାଳପୁର, ତିକନପୁର, ଅଣ୍ଡାଳ, ବନ୍ତଳା, ଣିକଳପାଟଣା, ତେଣ୍ଡାକୁଡ଼ା, ଆଳିଜଙ୍ଗା, ଶଙ୍କରଭୋଳ, ଜୟତଳଙ୍ଗ, ରାମଚନ୍ଦ୍ରପୁର, ଆଦି ସ୍ଥାନମାନଙ୍କରେ କରାଯାଇଥିବା ପୂଜାମଣ୍ଡପମାନଙ୍କରେ ମା’ଙ୍କ ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ପୂଜା ମଣ୍ଡପ ଗୁଡିକରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ସନ୍ଧ୍ୟା ସମୟରେ ବିଭିନ୍ନ ରଙ୍ଗ,ବେ-ରଙ୍ଗ ଆଲୋକମାଳାରେ ସୁ-ସଜ୍ଜିତ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରାଯାଉଛି । ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ନିକଟରେ ଲୋକମାନଙ୍କର ଭିଡ ଲାଗି ରହୁଥିବାର ଦେଖାଯାଇଛି । କେତେକ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁମାନେ ପାଳି କରି ମା’ଙ୍କ ନିକଟରେ ଅନ୍ନ ପ୍ରସାଦ କରି ବିତରଣ କରୁଥିବାର ଦେଖାଯାଇଛି ।  ମା’ଙ୍କୁ ସ୍ୱାଗତ କରିବା ପାଇଁ କେତେକ ଗାଁର ଯୁବତୀମାନେ ନିଜ ନିଜ ଗାଁ ରାସ୍ତାରେ ଝୋଟି କପାଇବା ସହିତ ଘର କାନ୍ଥରେ ଝୋଟି ଲେଖିଥିବାର ଦେଖାଯାଇଛି । ଗତ ଦୁଇ ଦିନ ଧରି ପାଗ ଅନୂକୁଳ ରହିଥିବାରୁ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଦେଖାଯାଇଛି । ପୂଜାମଣ୍ଡପ ନିକଟରେ ସନ୍ଧ୍ୟା ସମୟରେ ଭଜନ,କିର୍ତନ ପରିବେଷଣ କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଥିବାବେଳେ, ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିବା ପାଇଁ କେତେକ ସ୍ଥାନରେ ସଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଇଛି । ଏହି ପୂଜା ଉତ୍ସବ  କେତେକ ସ୍ଥାନରେ ୫ଦିନ କେତେକ ସ୍ଥାନରେ୭ ଦିନ ଓ କେତେକ ସ୍ଥାନରେ ୯ ଦିନ ବ୍ୟାପି ଚାଲିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *