Tuesday , June 15 2021
Breaking News
Home / ବିଶେଷ / ଗଛଲତାରେ ପରିପୂର୍ଣ୍ଣ ବିଦ୍ୟୁତ୍ ୧୧କେ.ଭି. ତାର!

ଗଛଲତାରେ ପରିପୂର୍ଣ୍ଣ ବିଦ୍ୟୁତ୍ ୧୧କେ.ଭି. ତାର!

ସାଲେପୁର, ୦୬/୦୮/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ସେସୁ ଡିଭିଜନ୍ର ଖାମଖିଆଲୀ ନୀତି ଯୋଗୁ ସାଲେପୁର ଅଂଚଳରେ ଥିବା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଂଟ ଓ ତାର ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଏପରିକି ବିଦ୍ୟୁତ୍ ଖୁଂଟରେ ଗଛଲତା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହାକୁ ସଫା କରାଯାଉନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ଥିବା ତାରଗୁଡିକୁ ପରିବର୍ତନ କରାଯାଉନାହିଁ । ପ୍ରକାଶ ଯେ ସାଲେପୁର ବିଦ୍ୟୁତ୍ ଡିଭିଜନ୍ ଅଧିନରେ ଥିବା କେନ୍ଦ୍ରାପଡ଼ା କେନାଲ ବନ୍ଧରେ ଯାଇଥିବା ବାଲିସାହି ଗ୍ରାମ ନିକଟରେ ଯାଇଥିବା ୧୧କେ.ଭି. ଖୁଂଟରେ ଗଛଲତା ମାଡ଼ି ବିପଦ ସୃଷ୍ଟି କରିଛି । ସେହିପରି କଂଟାସାହି ସତ୍ସଙ୍ଗ ରୋଡ୍ ନିକଟରେ  ବିଦ୍ୟୁତ୍ ତାରଟି ରାସ୍ତାରେ ଓହଳି ବିପଦ ସଂକୁଳ ଅବସ୍ଥାରେ ରହିଅଛି । ସେହିପରି ଚନ୍ଦ୍ରାଦେଇପୁର ସ୍କୁଲ ନିକଟରେ ତାର ମଧ୍ୟ ଝୁଲି ରହିଛି । ଅପର ପକ୍ଷରେ ସେସୁ ଡିଭିଜନ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବସିଥିବା ଟ୍ରାନ୍ସଫର ଚାରିକଡେ ସେଫ୍ଟି ୱାଲ୍ ନିର୍ମାଣ କରାଯିବାର ନିୟମ ଥିବାବେଳେ ତାହା କରାଯାଉନଥିବାରୁ  ଅଧିକାଂଶ ସମୟରେ ବୁଲା ଗାଈଗୋରୁମାନେ ଏହାର ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡୁଛନ୍ତି । ବିପଦ ସଂକୁଳ ଅବସ୍ଥାରେ ଥିବା ସ୍ଥାନ ଗୁଡିକରେ ଗଛଲତା ସଫା କରିବା ଓ ଟ୍ରାନ୍ସଫରମର ଚାରିକଡେ ସେଫ୍ଟି ୱାଲ୍ ନିର୍ମାଣ କରିବାପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲେ ମଧ୍ୟ ଏହାକୁ ଆତ୍ମସାତ୍ କରାଯାଉଥିବା ଅଭିଯୋଗ ହୋଇଛି । ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏହିସବୁ ସମସ୍ୟାର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *