Sunday , June 20 2021
Breaking News
Home / ବିଶେଷ / ଗଛରେ ବାଇକ ପିଟି ହୋଇ ଦୁଇ ମୃତ :  ଜଣେ ଗୁରୁତର

ଗଛରେ ବାଇକ ପିଟି ହୋଇ ଦୁଇ ମୃତ :  ଜଣେ ଗୁରୁତର

 ବାଲିଗୁଡା,୨୦/୦୨/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ  ହରାଇ  ଗଛକୁ ପିଟି ହେବାରୁ ବାଇକ ରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ  ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ  ଦାନୁଙ୍ଗିଆ ଗାଁ ର  ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ । ଶନିବାର  ଦିନ ଦଶଟା ବେଳେ ଗାଁରୁ ତିନିଜଣ ଗୋଟିଏ ବାଇକରେ ବାଲିଗୁଡାକୁ  ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ  ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଓଡିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *