Thursday , June 24 2021
Breaking News
Home / ବିଶେଷ / ଗଂଜେଇ ସହ କାର ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ଗଂଜେଇ ସହ କାର ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବାଲିଗୁଡା,୦୧/୦୩/୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ଆପରାନାଳ ନିକଟରେ ଏକ ଧଳା ରଙ୍ଗର କାର ନଂ. ଓଡ଼ି- ୦୨ ଏଏ -୪୧୨୨ କୁ ଯାଞ୍ଚ ସମୟରେ ସେଥିରୁ ୪୧କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିଥିଲେ । ଉକ୍ତ କାରରେ ଥିବା ଗଞ୍ଜେଇ ସହ ତିନି ଜଣ କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରା ବୋଲି ଜଣାପଡିଛି । ଏ ନେଇ ଥାନା ରେ ଏକ ମାମଲା ନଂ.୪୨/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏସ ଆଇ ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି ବୋଲି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *