Monday , June 14 2021
Breaking News
Home / ଶିକ୍ଷା / ଗଂଜାମ ଜିଲାରେ ଡ଼ିଜିଟାଲ ପାଠପଢ଼ା : ଗୁରୁଦିବସ ରୁ ଆରମ୍ଭ ହେବ ମଧୁ ଆପ୍

ଗଂଜାମ ଜିଲାରେ ଡ଼ିଜିଟାଲ ପାଠପଢ଼ା : ଗୁରୁଦିବସ ରୁ ଆରମ୍ଭ ହେବ ମଧୁ ଆପ୍

ଛତ୍ରପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗଂଜାମ ଜିଲାର ସମସ୍ତ ଓଡ଼ିଆ  ମାଧ୍ୟମ ସ୍କୁଲ  ର  ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ର ନାମ ମଧୁ ଆପ୍ ରଖାଯାଇଛି । ଆସନ୍ତା ଗୁରୁଦିବସ ଅର୍ଥାତ ସେପ୍ଟେମ୍ବର ୫ ତାରିଖ ଦିନ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗଣିତ ଓ ବିଜ୍ଞାନ  ବିଷୟର ୨୫ ଟି ଭିଡ଼ିଓ ଅପଲୋଡ଼୍ କରାଯିବ । ଅଗଷ୍ଟ ମାସରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନ ବେଳେ ରେକଡ଼ିଂ କରାଯାଇଛି । ରେକଡ଼ିଂ କରାଯାଇଥିବା ୨୫ ଟି ଭିଡ଼ିଓ ଙ୍କୁ ଜିଲାପାଳ ବିଜୟ ଅମୃତା କୁଲାେଙ୍ଗ ବୁଧବାର ଦିନ ଦେଖିଥିଲେ । ଶିକ୍ଷାଦାନ ସମୟରେ ରେକଡ଼ିଂ କରାଯାଇଥିବା ଏହି ଭିଡ଼ିଓ ଗୁଡ଼ିକ ଦେଖି ଜିଲାପାଳ ସ୫ନ୍ତୋଷ ପ୍ରକାଶ କରିଛନ୍ତି । ମଧୁ ଆପ୍ ର ଲୋଗୋକୁ ମଧ୍ୟ ଜିଲାପାଳ ଚୟନ କରିଛନ୍ତି । ଆସନ୍ତା ଗୁରୁଦିବସ ରେ ଏହି ଭିଡ଼ିଓ ଗୁଡ଼ିକୁ ମଧୁ ଆପ୍ ରେ ଅପଲୋଡ଼୍ କରାଯିବ । ସେହିପରି ସେପ୍ଟେମ୍ବର ମାସରେ ରେକଡ଼ିଂ କରାଯାଇ ମଧୁ ଆପ୍ ରେ ଅପଲୋଡ଼ କରାଯିବ । ଜିଲାରେ ଏହି ପ୍ରକ୍ରିୟା ବର୍ତମାନ ଲଗାତର ଚାଲୁ ରହିବ ।  ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ  ଛାତ୍ର ଛାତ୍ରୀଙ୍କ ପାଇଁ ବଛା ବଛା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷାଦାନ ସମୟର ରେକଡ଼ିଂ କରାଯାଇ ଏହି ମଧୁ ଆପ୍ ରେ ଅପଲୋଡ଼୍ କରାଯିବ ବୋଲି ଜିଲାପାଳ କହିଛନ୍ତି  । ବିଦ୍ୟାଳୟ ପରେ ଛାତ୍ର ଛାତ୍ରୀମାନେ ମୋବାଇଲ ଫୋନ୍ ଓ ଟେଲିଭିଜନ୍ ପ୍ରତି ଆଗ୍ରହ ଦେଖାଉଥିବାରୁ ଏହି ଆପ୍ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଜିଲାପାଳ କହିଛନ୍ତି । ଜିଲା ଶିକ୍ଷା ଅଧିକାରୀ ଡ଼ ସନାତନ ପଣ୍ଡା ଛତ୍ରପୁର ବିଇଓ ଅବିନାଶ ଶତପଥି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *