Thursday , June 17 2021
Breaking News
Home / ସ୍ୱାସ୍ଥ୍ୟ / ଖୁସିର ଖବର ୨୪ ଘଣ୍ଟା ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ୟ

ଖୁସିର ଖବର ୨୪ ଘଣ୍ଟା ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ୟ

ଭୁବନେଶ୍ୱର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଖୁସିର ଖବର , ଦୀର୍ଘ ୬ ମାସ ପରେ ଗତ ୨୪ ଘଣ୍ଟା ମଧ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟର ରେ ଟ୍ବିଟ୍ରେ କହିଛନ୍ତି ଯେ, ‘ଖୁସି ଖବର, ଦୀର୍ଘ ୬ମାସ ପରେ ପ୍ରଥମ ଥର ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପରସେବା ଦ୍ବାରା ଏହା ସମ୍ଭବ ହୋଇପାରିଛି । ସେହି କୋଭିଡ୍ ଯୋଦ୍ଧାମାନଙ୍କୁ ସାଲ୍ୟୁଟ୍ ।’
ଅନ୍ୟ ପକ୍ଷରେ ଗତ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୯୨୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୩ ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବାବେଳେ ୯୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୨୧ଜଣ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୨୫ଜଣ, ଭଦ୍ରକ ଜିଲ୍ଲାରୁ ୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧ଜଣ, ଦେବଗଡ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୧୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୧୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୨ଜଣ, ଷ୍ଟେଟ୍ ପୁଲ୍ରୁ ୩ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଆଉ ୨୨୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୭୦୬୫୦୭୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓନିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *