Sunday , June 20 2021
Home / ତାଜା ଖବର / ଖବର ଏବେ ଏବେ :  ସମଲେଶ୍ୱରୀ ଏକ୍ସପ୍ରେସ ଧାରଣାଚ୍ୟୁତ , ପରେ ପରେ ନିଆଁ ଲାଗିଯାଇଛି

ଖବର ଏବେ ଏବେ :  ସମଲେଶ୍ୱରୀ ଏକ୍ସପ୍ରେସ ଧାରଣାଚ୍ୟୁତ , ପରେ ପରେ ନିଆଁ ଲାଗିଯାଇଛି

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ରାୟଗଡ଼ା, ହାୱଡ଼ା- ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ  ଧାରଣାଚ୍ୟୁତ ହୋଇଛି ଓ  ପରେ ପରେ ନିଆଁ ଲାଗିଯାଇଛି । ବର୍ତମାନ ସୁଦ୍ଧା ସମଲେଶ୍ୱରୀ ଏକ୍ସପ୍ରେସ   ଜଳୁଛି ।  ମିଳିଥିବା ତାଜା ସୂଚନା ଅନୁସାରେ ସମଲେଶ୍ୱରୀ ଏକ୍ସପ୍ରେସ ସିଙ୍ଗାପୁର-କେଉଟାଗୁଡ଼ା ମଧ୍ୟବର୍ତୀ ସ୍ଥାନରେ ଧାରଣାଚ୍ୟୁତ ହେବା ସଙ୍ଗେ ସଙ୍ଗେ କିଛି ସମୟ ପରେ ବଗିରେ ନିଆଁ ଲାଗିଯାଇଛି । ପ୍ରାୟ ୪ଟା ୫୦ ରେ ସମଲେଶ୍ୱରୀ ଏକ୍ସପ୍ରେସ ଟି ସିଙ୍ଗାପୁର-କେଉଟାଗୁଡ଼ା ମଧ୍ୟବର୍ତୀ ଜଙ୍ଗଲ ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ ର ଇଂଜିନ ଓ ଇଂଜିନକୁ ଲାଗି ଏକ ବଗି ଧାରଣାଚ୍ୟୁତ ହେବା ପରେ ନିଆଁ ଲାଗିଯାଇଛି । ଟ୍ରେନ୍ ରେ ପ୍ରାୟ ୭୦୦ ରୁ ଅଧିକ ଯାତ୍ରୀ ଅଛନ୍ତି ।  ୪ ଜଣ ଯାତ୍ରୀ ଓ ରେଳ କର୍ମଚାରୀ ଆହତ ହୋଇଥିବା ଖବର ମିଳୁଛି ।  ଅଗ୍ନିଶମ ବାହିନୀ ର ପ୍ରାୟ ୧୫ ଜଣ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।  ଟ୍ରେନ୍ ର ଡ଼୍ରାଇଭର ଓ ସହାୟକ ନିଖୋଜ ଅଛନ୍ତି ।  କାରଣ କଣ କିଛି ବର୍ତମାନ କିଛି ଜଣାପଡ଼ୁନାହିଁ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *