Sunday , June 20 2021
Home / ତାଜା ଖବର / ଖବର ଏବେ ଏବେ : ବିପୁଳ ପରିମାଣର ବିଷ୍ଫୋରକ ଜବତ – ୪ ଗିରଫ

ଖବର ଏବେ ଏବେ : ବିପୁଳ ପରିମାଣର ବିଷ୍ଫୋରକ ଜବତ – ୪ ଗିରଫ

ରାଉରକେଲା, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- କୋଲୁଙ୍ଗା ଶିଳ୍ପାଂଚଳରେ ପୁଲିସ୍ ଚଢ଼ାଉ କରି ବିପୁଳ ପରିମାଣର ବିଷ୍ଫୋରକ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବର ତାଜା ସୂଚନା ଅନୁସାରେ ଏକ ପିକଅପ୍ ଭ୍ୟାନରେ ବିପୁଳ ପରିମାଣର ବିଷ୍ଫାରକ ସାମଗ୍ରୀ ଢ଼େଙ୍କାନାଳରୁ କୋଲୁଙ୍ଗା ଶିଳ୍ପାଂଚଳ କୁ ଆସିଥିବା ଖବର ପାଇ କୋଲୁଙ୍ଗା ଥାନା ପୋଲିସ୍ ଶିଳ୍ପାଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଜବତ କରିଛି । ଜବତ ବିଷ୍ଫୋରକ ସାମଗ୍ରୀ ମଧ୍ୟରେ ୪୮୦୦ ଡ଼ୋନେଟର, ୨୭୦୦ ସୁପର ଜେଲ -୯୦, ୭୦ ପକେଟ ଆମୋନିଆ ଆମୋନିଆ ନାଇଟ୍ରେଟ ରହିଛି । ପିକଅପ୍ ଭ୍ୟାନ କୁ ପୋଲିସ୍ ଜବତ କରିଛି । ଗିରଫ ୪ ଜଣ ହେଉଛନ୍ତି କାଳୁଙ୍ଗା ର ମାଧବ ପାତ୍ର ଓ ଅନୀଲ ଠାକୁର ଏବଂ ପାନପୋଷର ସୁରଜ ସାହୁ ଓ ଚିକିଟାମାଟି ର ପ୍ରବିଣ ଟପୋ । ବିଷ୍ଫୋରକ ବ୍ୟବସାୟୀ କାଳୁଙ୍ଗାର ଆଲୋକ ସାମଲ ଏହାକୁ ଆଣୁଥିଲେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *